ଭାରତୀୟ ମଜଦୂର ସଂଘ ପ୍ରତିଷ୍ଠା ଦିବସ

 


ଆର, ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର  ପାଢୀ) :ଗଜପତି ଜିଲ୍ଲା ମୋହନା ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଭାରତୀୟ ମଜଦୂର ସଂଘ (ବିଏମଏସ) ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ପ୍ରଥମେ କାର୍ଯ୍ୟାଳୟ ପରିସରରେ ସିଡ଼ିପିଓ ସବିତା ପଟନାୟକ ଓ କର୍ମଚାରୀଙ୍କ ଉପସ୍ଥିତିରେ ଚାରା ରୋପଣ କରାଯାଇଥିଲା l ଏହାପରେ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଏମଏସ ଅନୁବନ୍ଧିତ ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡ଼ିସ ୱାର୍କର୍ସ ୟୁନିଅନ ର ବ୍ଲକ ସଭାନେତ୍ରୀ ଭାରତୀ ନାୟକଙ୍କ ଅଧ୍ୟକ୍ଷତାରେ ଓ ସମ୍ପାଦିକା ଅଞଳୀ ନାୟକଙ୍କ ସଂଯୋଜନାରେ ଆୟୋଜିତ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମରେ ବରିଷ୍ଠ କାର୍ଯ୍ୟକର୍ତ୍ତା ବାବୁଲା ସେଠୀ , ଯୋଗଦେଇ ସଂଗଠନ ସଂମ୍ପର୍କରେ ମତପ୍ରକାଶ କରିଥିଲେ l ବିଏମ୍ଏସ ଭାରତର ସର୍ବ ବୃହତ ଓ ରାଷ୍ଟ୍ରବାଦି ଶ୍ରମିକ ସଂଗଠନ l ଆଗାମୀ ଦିନରେ ଅଙ୍ଗନବାଡ଼ି କର୍ମୀଙ୍କ ସମସ୍ତ ସମସ୍ୟାର ସମାଧାନ ପାଇଁ ବିଏମଏସର ସବୁ ଆହ୍ଵାନରେ ସାମିଲ ହେବାକୁ ଉତ୍ସବରେ ମତପ୍ରକାଶ ପାଇଛି l ଏହି ପ୍ରତିଷ୍ଠା ଉତ୍ସବରେ ବ୍ଲକ କୋଷାଧ୍ୟକ୍ଷ ରେଖା ନାୟକ, ଉପଦେଷ୍ଟା ନାମିତl ବିର ପ୍ରମୁଖ ଯୋଗଦେଇଥିବl ବେଳେ ବ୍ଲକର ଶତାଧିକ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ଥିଲେ l

Post a Comment

Previous Post Next Post