ମରଣଜନ୍ତା ପାଲଟିଛି ଶିଖପାଲ୍ଲୀ-ପଡିଆ ମୁଖ୍ୟ ରାସ୍ତା, ଯାତ୍ରୀ ହନ୍ତସନ୍ତ।

ମାଲକାନଗିରି  ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ) ମାଲକାନଗିରି ଜିଲ୍ଲାରେ ଗତ ୧୦ ଦିନ ଧରି ମାଲକାନଗିରି ଜିଲ୍ଳା ରେ ଲଗାଣ ବର୍ଷା ଲାଗି ରହିଥୁବା ବେଳେ ବିଭିନ୍ନ ପଞ୍ଚାୟତ ଅଞ୍ଚଳ ରେ ବହୁ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। କେତେକ ଅଞ୍ଚଳରେ ବର୍ଷାଜଳ ପ୍ରବେଶ କରି ଜନଜୀବନ ଅସ୍ତବ୍ୟସ୍ତ ହେଉଛନ୍ତି ତ ଆଉ କେତେକ ଅଞ୍ଚଳରେ ଜମି ଭିତରେ ବାଲିଚର ମାଡ଼ିଜାଇ ଚାଷ ନଷ୍ଟ ହୋଇଯାଇଛି । ଆଉ କେତେକ ଅଞ୍ଚଳରେ ଘର କାନ୍ଥ ଭାଙ୍ଗି ପରିବାର ଲୋକେ ବାସହରା ହୋଇ ଯାଇଥିବା ବେଳେ କେତେକ ସ୍ଥାନରେ ରାସ୍ତା ଖରାପ ହୋଇ ଯାତାୟତରେ କଷ୍ଟକର ହୋଇପଡିଛି। ଏଭଳି ପରିସ୍ଥିତିରେ ମାଲକାନଗିରି ସଦର ବ୍ଲକ ଶିଖପାଲ୍ଲୀ ସଦର ପଞ୍ଚାୟତ ଠାରୁ ପଡିଆ ବ୍ଲକକୁ ଯିବା ମୂଖ୍ୟ ରାସ୍ତା ମଧ୍ଯ ନଷ୍ଟ ହୋଇ ଯିବାରୁ ଯାତାୟତରେ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି। ବିଶେଷ କରି ଶିଖପାଲ୍ଲୀ ପଞ୍ଚାୟତ ରାସ୍ତା ଦେଇ ପଡିଆ ବ୍ଲକ ମାଟେରୁ ପଞ୍ଚାୟତ ତେଲାମଗୁଡା ଗ୍ରାମରୁ କଡାଗୁଡା ପର୍ଯ୍ୟନ୍ତ ପ୍ରାୟ ୩ କି.ମି.ରାସ୍ତା ସମ୍ପୂର୍ଣ ଭାବେ ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି । ଏହି ରାସ୍ତା ଦେଇ ଯାନବାହନ ଚଳାଚଳ କଷ୍ଟକର ହୋଇ ପଡିଥିବା ବେଳେ ସାଧାରଣ ଲୋକ ଚାଲି ଚାଲି ଯିବା ମଧ୍ୟ ବହୁ କଷ୍ଟକର ହୋଇ ପଡୁଛି। ବହୁ ସମୟରେ ବାଇକ ଚାଳକ ମାନେ ଏହି ରାସ୍ତାରେ ପଡି ଆହତ ହେଉଛନ୍ତି। ଆମ୍ବୁଲାନ୍ସ ଯିବା ମଧ୍ୟ କଷ୍ଟକର ହୋଇପଡୁଛି। ତେବେ ପଡିଆ ବ୍ଲକ ସଦରରୁ ମାଲକାନଗିରି ସଦର ମହକୁମା ଏହି ବାଟ ଦେଇ ଅଳ୍ପ ଦୂର ହେଉଥିବା ହେତୁ ତୁରନ୍ତ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ  ରାସ୍ତା ମରାମତି କରିବା ପାଇଁ ସାଧାରଣରେ ଦାବି ହେଉଛି।

Post a Comment

Previous Post Next Post