ମାଲକାନଗିରି ମହାବିଦ୍ୟାଳୟରେ ଜିଲ୍ଲା ଆଇନସେବା ପ୍ରାଧିକରଣର ଆଇନ ସଚେତନତା କାର୍ଯ୍ୟକ୍ରମ।

 


ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)

ମାଲକାନଗିରି କଳା ସ୍ନାତକ ମହାବିଦ୍ୟାଳୟରେ ଜିଲ୍ଲା ଆଇନିସେବା ପ୍ରାଧିକରଣ ଦ୍ଵାରା ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାୟୀ ଓ ନିରନ୍ତର ଅଦାଲତର  ମାନ୍ୟବର ବିଚାରପତି ତଥା ଆଇନିସେବା ପ୍ରାଧିକରଣର ସଚିବ  ବିଚାରପତି ସୁଶ୍ରୀସଂଗୀତା ପାତ୍ର ଅଧ୍ୟକ୍ଷତା କରିଥିଲେ। ମାନ୍ୟବର ବିଚାରପତି କିଶୋର ନ୍ୟାୟ ଆଇନରେ ଥିବା ବିଭିନ୍ନ ନିୟମାବଳୀ ଉପରେ ବିସ୍ତୃତ ଆଲୋଚନା କରିବା ସହିତ ବଧ୍ୟତା ମୂଳକ ଶିକ୍ଷା  ଆଇନ -୨୦୦୯ ଓ ବିଭିନ୍ନ  ଶିଶୁ ଅଧିକାର ସମ୍ପର୍କରେ ବୁଝାଇ ନିଷ୍ଠା ପରିଶ୍ରମ ସହ  ଲକ୍ଷ ରଖି ଓ ଭଲ ପଢାପଢି କରି ଭବିଷ୍ୟତରେ ଭଲ ମଣିଷ ହୋଇ ସମାଜର ଉନ୍ନତି ପାଇଁ ଉଦ୍ୟମ କରିବାକୁ  ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ମହାବିଦ୍ୟାଳୟର ଅଧକ୍ଷ- ଲିଙ୍ଗରାଜ ମିଶ୍ର ଯୋଗଦେଇ ଗଣତନ୍ତ୍ର ଶାସନରେ ଆଇନ ଜାଣିବା କେତେ ଜରୁରୀ ବୋଲି  ବୁଝାଇବା ସହ ମହାବିଦ୍ୟାଳୟରେ ଏପରି ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଉକ୍ତ ମହାବିଦ୍ୟାଳୟରେ କରିଥିବାରୁ ଆଇନିସେବା ପ୍ରାଧିକରଣକୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଇନ ସେବା ପ୍ରାଧିକରଣର ପ୍ରମୁଖ ଆଇନ୍ ସେବା ପ୍ରତିରକ୍ଷା ଓକିଲ ଅଶୋକ କୁମାର ପଟ୍ଟନାୟକ, ଉପ ପ୍ରମୁଖ ପ୍ରତିରକ୍ଷା ଓକିଲ ରାଜେଶ ପଟ୍ଟନାୟକ, ସହାୟକ ପ୍ରତିରକ୍ଷା ଓକିଲ ସାଗର ପାଣିଗ୍ରାହୀ ଯୋଗଦେଇ ବିଭିନ୍ନ ଆଇନ  ଉପରେ ବୁଝାଇଥିଲେ। ଏହି  କାର୍ଯ୍ୟକ୍ରମରେ ପ୍ରାଧିକରଣର କର୍ମକର୍ତ୍ତା ଯୋଗେଶ ମହାନ୍ତି, ତପନ କୁମାର ଜେନା ସହଯୋଗ ପ୍ରଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏଥିରେ ଶତାଧିକ ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଯୋଗଦାନ କରିଥିଲେ।

Post a Comment

Previous Post Next Post