ଲାଲସିଂ କ୍ଲଷ୍ଟର ର ବିଭିନ୍ନ ବିଦ୍ୟାଳୟରେ "ଶିକ୍ଷା ସପ୍ତାହ ପାଳନ’ ଏବଂ "ମା ପାଇଁ ଗଛଟିଏ’ କାର୍ଯ୍ୟକ୍ରମ

 

ଭଂଜନଗର:ମୋ ନିୟୁଜ ଓଡିଶା ଭାରତ ସରକାରଙ୍କ ନୂତନ ଜାତୀୟ ଶିକ୍ଷା ନୀତି ଆଧାରରେ ଦେଶର ସମସ୍ତ ବିଦ୍ୟାଳୟ ରେ "ଶିକ୍ଷା ସପ୍ତାହ ଦିବସ’ ପାଳନ ହେଉଅଛି । ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କ ନିର୍ଦ୍ଦେଶକ୍ରମେ ଏକ ସାପ୍ତାହିକ ମାର୍ଗଦର୍ଶିକା ଜାରି କରାଯାଇଛି । ଏହି କାର୍ଯ୍ୟକ୍ରମର ସାତ ଦିନ ର କାର୍ଯ୍ୟକ୍ରମ ଅନୁଯାୟୀ:

ପ୍ରଥମ ଦିବସରେ ଶିକ୍ଷକ ସାମଗ୍ରୀ ଦିବସ ପାଳନ, ଦ୍ୱିତୀୟ ଦିବସରେ ମୌଳିକ ସ୍ୱାକ୍ଷରତା ଓ ସଂଖ୍ୟା ଜ୍ଞାନ ଦିବସ ପାଳନ, ତୃତୀୟ ଦିବସରେ କ୍ରୀଡା ଦିବସ, ଚତୁର୍ଥ ଦିବସରେ ସାଂସ୍କୃତିକ ଦିବସ, ପଞ୍ଚମ ଦିବସରେ ଦକ୍ଷତା ଓ ଡିଜିଟାଲ ଦିବସ, ଷଷ୍ଠ ଦିବସରେ ଇକୋ କ୍ଳବ୍ ଓ ସ୍କୁଲ ପୋଷଣ ଦିବସ ଏବଂ ସପ୍ତମ ଦିବସରେ ସମ୍ପ୍ରଦାୟ ଯୋଗଦାନ ଦିବସ ପାଳନ ବିଭିନ୍ନ ବିଦ୍ୟାଳୟ ରେ ପାଳନ କରାଯାଇଥିଲା । ଏହା ଜୁଲାଇ ୨୨ ତାରିଖରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏହି ପରିପ୍ରେକ୍ଷୀରେ ଭଂଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ଲାଲସିଂ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରେ ମଧ୍ୟ ଶିକ୍ଷା ସପ୍ତାହ ପାଳନ କରାଯାଇଛି । ଆଜି ଏହି ସାପ୍ତାହିକ କାର୍ଯ୍ୟକ୍ରମର ଶେଷ ଦିନରେ ସଂପ୍ରଦାୟ ଯୋଗଦାନ ଦିବସ ସହିତ "ତିଥି ଭୋଜନ’ ମଧ୍ୟ ପାଳନ କରାଯାଇଛି । ଏହି କ୍ରମରେ ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନରେ ସ୍ୱତନ୍ତ୍ର ଖାଦ୍ୟ ଯଥା ହାଲୁଆ, ଖିରି, ଭଜା, ଖଟା, ତରକାରୀ, କାକୁଡି ଇତ୍ୟାଦି ପରଷା ଯାଇଥିଲା । ପ୍ରକାଶ ଥାଉକି, ଶିକ୍ଷା ସପ୍ତାହ ପାଳନ ର ଷଷ୍ଠ ଦିବସ ଅର୍ଥାତ ୨୭/୭/୨୪ ତାରିଖ ଇକୋ କ୍ଳବ୍ ଓ ସ୍କୁଲ ପୋଷଣ ଦିବସ ପାଳନ କରାଯାଇଥିଲା । ଜିଲ୍ଲା ଗୋଷ୍ଠୀ ଶିକ୍ଷାଧିକାରୀ ଓ ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏହି ଦିନ ଲାଲସିଂ କ୍ଲଷ୍ଟର ସିଆରସିସି ତଥା ପ୍ରକୃତି ବନ୍ଧୁ ବିଜ୍ଞାନ ଶିକ୍ଷକ ଶ୍ରୀ ଦ୍ୱିତୀକୃଷ୍ଣ ଲେଙ୍କାଙ୍କ ଉଦ୍ୟମ ଓ ତତ୍ତ୍ୱାବଧାନରେ କୁଟୁଣିକୁମ୍ପା ପ୍ରାଥମିକ ବିଦ୍ୟାଳୟ, ଡାଙ୍ଗୁଆପଲ୍ଲୀ ପ୍ରାଥମିକ ବିଦ୍ୟାଳୟ, ବୁଦୁଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ସୋମନାଥ ସରକାରୀ ଅଭ୍ୟାସ ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷା ସପ୍ତାହ ପାଳନ ଅବସରରେ "ମା ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଆଧାରରେ ବୃକ୍ଷ ଚାରା ରୋପଣ କରାଯାଇଥିଲା । ଏଥିସହିତ ଲାଲସିଂ କ୍ଲଷ୍ଟର ର ରମ୍ଭାପଲ୍ଲୀ ପ୍ରାଥମିକ ବିଦ୍ୟାଳୟ, ବିରିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସୁତାଙ୍ଗି ପ୍ରାଥମିକ ବିଦ୍ୟାଳୟ, ଧନଞ୍ଜୟ ନଗର ପ୍ରାଥମିକ ବିଦ୍ୟାଳୟ, କାହ୍ନୁ ରାଉତ ନୋଡାଲ ଉଚ୍ଚ ବିଦ୍ୟାଳୟ, ଛେଦାଭୂମି ପ୍ରାଥମିକ ବିଦ୍ୟାଳୟ ଏବଂ ରାଜକୁଣ୍ଡୁ ପ୍ରାଥମିକ ବିଦ୍ୟାଳୟ ଠାରେ ମଧ୍ୟ "ମା ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post