ଆବାସ ଯୋଜନାର ରାଜ୍ୟ ସ୍ତରୀୟ ଟେକନିକାଲଙ୍କ ବାଲିମେଳା ଗସ୍ତ।

ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)

ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଂଚଳ ପରିଷଦ କୁ ରାଜ୍ୟ ସ୍ତରୀୟ ଟେକନିକାଲ ସେଲ ଏବଂ ଓୟୁଏଚଏମ ଟିମ ଲିଡର  ପାର୍ଥ ସାରଥୀ ସାହୁ ଗସ୍ତ କରି ପ୍ରଧାନମନ୍ତ୍ରୀ ଆବାସ ଗୃହ ଗୁଡିକର କାର୍ଯ୍ୟ ତଦାରଖ କରିଛନ୍ତି। ପ୍ରଥମେ ସେ ଏନଏସି କାର୍ଯ୍ୟାଳୟ ର କନ୍ଫରେନ୍ସସ ହଲ ଠାରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ସମସ୍ତ କାଉନସିଲର ମାନଙ୍କ ସହ ଏକ ବୈଠକ କରିଥିଲେ। ଉକ୍ତ ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଗୃହ କିପରି ନିର୍ମାଣ ହେଉଛି ସେନେଇ ଆଲୋଚନା କରାଯାଇଥିଲା। ତେବେ ୧୨୦୯ ହିତାଧିକାରୀ ଆବାସ ଗୃହ ପାଇଥିବା ବେଳେ ୫୫୭ ଟି ଆବାସ ଗୃହ ସମ୍ପୂର୍ଣ ହୋଇଛି। ଏବଂ ବର୍ତ୍ତମାନ ୬୦୦ ଟି ଆବାସ ଗୃହ କାର୍ଯ୍ୟ ଚାଲିଥିବା ବେଳେ ସେହି ଗୃହ ଗୁଡିକ କିପରି ଜଲଦି ନିର୍ମାଣ କରାଯିବ ସେନେଇ ଆଲୋଚନା ହୋଇଥିଲା। ଏଯାଏଁ ୫୨ ଟି ଆବାସ ଗୃହ ନିର୍ମାଣ କାର୍ଯ୍ୟ ଆଦୋୖ ଆରମ୍ଭ କରାଯାଇନଥିବା ହେତୁ ଶ୍ରୀ ସାହୁ ବିରକ୍ତି ପ୍ରକାଶ କରିଥିଲେ। ଏଥିସହ ତୁରନ୍ତ ଉକ୍ତ ହିତାଧିକାରୀ ମାନଙ୍କୁ ଆବାସ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ଟିମ ଲିଡର ଶ୍ରୀ ସାହୁ ସହର ର ବିଭିନ୍ନ ୱାର୍ଡ ବୁଲି ଆବାସ ଗୃହ ନିର୍ମାଣ କାର୍ଯ୍ୟ ର ମାନ ଯାଞ୍ଚ କରିଥିଲେ। ତାଙ୍କର ଏହି ଗସ୍ତ ସମୟରେ ଓୟୁଏଚଏମ୍ ଅର୍ବାନ ପ୍ଲାନର ସୁନୀଲ ଡୋକୀ ଉପସ୍ଥିତ ଥିବା ବେଳେ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେଶ କୁମାର ମହାପାତ୍ର, ଡୁଡା ଏକ୍ସପର୍ଟ ରଶ୍ମିରଞ୍ଜନ ମହାନ୍ତି ଏବଂ କାଉନସିଲର ମାନେ ଉପସ୍ଥିତ ଥିଲେ।

Post a Comment

Previous Post Next Post