ଭଞ୍ଜନଗର :ମୋ ନିୟୁଜ ଓଡିଶା ଭଞ୍ଜନଗର ବେଦ ପ୍ରଚାର ସମିତି ଆନୁକୂଲ୍ୟରେ ଆଜି ସକାଳ ୧୦ ଘଣ୍ଟିକା ସମୟରେ ବେଲେଶ୍ୱର ଶୈବପୀଠରେ ଆଜି ୫୧ କୁଣ୍ଡିୟ ବୈଦିକ ଯଜ୍ଞାନୁଷ୍ଠାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଶିଷ୍ଟ ବୈଦିକ ବିଦ୍ୱାନ ପୂଜ୍ୟ ସ୍ୱାମୀ ସୁଧାନନ୍ଦ ସରସ୍ୱତୀ ଅଧ୍ୟକ୍ଷତା କରିବା ସହ ବୈଦିକ ଯଜ୍ଞର ମହତ୍ତ୍ୱ ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ । ଅନେକ ଶ୍ରଦ୍ଧାଳୁ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦାନ କରି ବିଭୁକୃପା ଲାଭ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଭେଜିପୁଟ ଲିଙ୍ଗରାଜ ନାୟକ ଆୟୋଜିତ କରିଥିଲେ ତାଙ୍କ ପୁତ୍ର ଅରମାନର ଜନ୍ମଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିବା ସୂଚନା ମିଳିଛି । ଅପରାହ୍ନରେ ସମୂହ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ଶ୍ରଦ୍ଧାଳୁମାନେ ଖୁବ ଖୁସି ବ୍ୟକ୍ତ କରିଥିଲେ । ଭଞ୍ଜନଗର ନିବାସୀ ଲିଙ୍ଗରାଜ ନାୟକଙ୍କ ସୁପୁତ୍ର ଆରମାନର ତୃତୀୟ ଜନ୍ମ ବାର୍ଷିକ ଉତ୍ସବ ଅବସରରେ ଓ ବେଦ ପ୍ରଚାର ସମିତି ଭଞ୍ଜନଗର ତରଫରୁ ଯଜ୍ଞ ସହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବେଦ ପ୍ରଚାର ସମିତି ବିଭିନ୍ନ ସଭ୍ୟ ମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଛି । ଶିକ୍ଷା ଓ ଶିକ୍ଷା ନୀତିରେ ସଂସ୍କାର ସହ ଜନ୍ମ ଦିନରେ ପାରମ୍ପରିକ ପିଠା ପଣାରେ ଜନ୍ମ ଦିନ ପାଳନ ସହ ହୋମ ଯଜ୍ଞକୁ ଦୈନନ୍ଦିନ କାର୍ଯ୍ୟରେ ଲଗାନ୍ତୁ ବୋଲି ସ୍ୱାମୀ ସୁଧାନନ୍ଦ ପ୍ରକାଶ କରିବା ସହ ଭଞ୍ଜନଗର ବେଦ ପ୍ରଚାର ସମିତିକୁ ମଧ୍ୟ ପ୍ରଶଂସା କରିଥିଲେ ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


