ଲାଞ୍ଜିଆ ପଞ୍ଚାୟତରେ ଅଭିଯୋଗ ଶୁଣିଲେ ଦିଗପହଣ୍ଡି ବିଧାୟକ

(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଦିଗପହଣ୍ଡି ବିଧାୟକଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ଲାଞ୍ଜିଆ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ବରିଷ୍ଠ ବିଜେପି ନେତା ସନ୍ତୋଷ ଚୋୖଧୁରୀଙ୍କ ତତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ବର୍ଷ ଧରି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ଲୋକଙ୍କ ଅସୁବିଧା ସମ୍ପୂର୍ଣ୍ଣ ହୋଇପାରୁନାହିଁ କି ମୌଳିକ ସମସ୍ୟା ମଧ୍ୟ ସମାଧାନ ହୋଇପାରୁନାହିଁ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଧାୟକ ସିଦ୍ଧାନ୍ତ ମହାପାତ୍ର। ବିଧାନସଭା ନିର୍ବାଚନରେ ବିଜୟୀ ପରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ମୌଳିକ ସମସ୍ୟା ସହ ବ୍ୟକ୍ତିଗତ ସମସ୍ୟାର ସମାଧାନ ନିମନ୍ତେ ବିଭିନ୍ନ ପଞ୍ଚାୟତ ବୁଲି ଅଭିଯୋଗ ଶୁଣାଣି କରୁଛନ୍ତି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ନବ ନିର୍ବାଚିତ ବିଧାୟକ ଡଃ. ସିଦ୍ଧାନ୍ତ ମହାପାତ୍ର । କିଛି ଦିନ ଧରି କୁକୁଡାଖଣ୍ଡି ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ସୋମବାର ଦିନ କୁକୁଡ଼ାଖଣ୍ଡି ବ୍ଲକର ଲାଞ୍ଜିଆ ପଞ୍ଚାୟତରେ ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମହାପାତ୍ର ଯୋଗ ଦେଇ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଥିଲେ । ଶ୍ରୀ ମହାପାତ୍ର ନିର୍ବାଚନ ସମୟରେ ଲୋକଙ୍କ ପାଖକୁ ଯାଇ ଅଭିଯୋଗ ଶୁଣାଣି କରିବାକୁ ଯେଉଁ ପ୍ରତିଶୃତି ଦେଇଥିଲେ ତାହାକୁ ପାଳନ କରୁଥିବା କହିଥିଲେ । ଲାଞ୍ଜିଆ ପଞ୍ଚାୟତ ଅଧିନରେ ଥିବା ୩ ରୁ ଉର୍ଦ୍ଧ ଗ୍ରାମର ଜନସାଧାରଣ ଉପସ୍ଥିତ ରହି ୨୦୦ ରୁ ଉର୍ଦ୍ଧ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ସେଥି ମଧ୍ୟରୁ ଲାଞ୍ଜିଆ,ବାଳକୃଷ୍ଣପୁରୁ ଗ୍ରାମର ବହୁ ଚାଷୀ ଜଳାଭାବ କାରଣରୁ ଚାଷ କାର୍ଯ୍ୟ ପ୍ରଭାବିତ ହେଉଥିବା ନେଇ ଅଭିଯୋଗ କରିଥିଲେ। ଅଭିଯୋଗ କରିବା ସହ ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ। ସେହିପରି ଆବାସ ଯୋଜନା ଗରିବଙ୍କ ଠାରେ ପହଞ୍ଚାଇବାକୁ ସ୍ଥିର କରିଥିଲେ । ଜନସାଧାରଣ ନିଜ ନିଜ ଅଭିଯୋଗ ଏକ ଦରଖାସ୍ତ ଲେଖି ବିଧାୟକଙ୍କୁ ଦେବା ସହ ସହ ରହିଥିବା ବିଭିନ୍ନ ସମସ୍ୟା ଗୁଡିକ ଖୁବ୍ ଶୀଘ୍ର ସମାଧାନ ହେବ ବୋଲି ଶ୍ରୀ ମହାପାତ୍ର ସାଧାରଣ ଜନତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ପୂର୍ବତନ ସରପଞ୍ଚ ସନାତନ ସଂଗ୍ରାମ ସିଂ,ସରପଞ୍ଚ ଅନୀଲ ଗୌଡ଼,ସମିତି ସଭ୍ୟ କାନ୍ହୁ ପାତ୍ର,ଜତୀନ୍ଦ୍ର ପାତ୍ର,ସାରଥୀ ଗୌଡ଼,ଯୁବ ନେତା ରଜିତ ପାତ୍ର,ପୂର୍ବତନ ସମିତି ସଭ୍ୟ ଗୋବିନ୍ଦ ଗୌଡ଼,ପୂର୍ବତନ ସରପଞ୍ଚ ଉଷା ଦାସ,ଜିତେନ୍ଦ୍ର ସେଠିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣ ଉପସ୍ଥିତ ରହିଆସିଥିଲେ।

Post a Comment

Previous Post Next Post