ଆର୍ଯ୍ୟଭଟ୍ଟ ପକ୍ଷରୁ ପରିବେଶ ପରିକ୍ରମା

(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଆର୍ଯ୍ୟଭଟ୍ଟ ପ୍ରକୃତି ଓ ପରିବେଶ ଫାଉଣ୍ଡେସନ ର ଏହି ବର୍ଷ ର ଲଣ୍ଡା ପାହାଡ ବନୀକରଣ ଅଭିଯାନର ତ୍ରୟୋଦଶତମ ଦିବସରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।  ଛାତ୍ରଛାତ୍ରୀମାନେ ଚିକିଟି ନିକଟସ୍ଥ  ଭାଲୁ ଢିମ୍ବିରା ରେ ଆର୍ଯ୍ୟଭଟ୍ଟ ସ୍ୱେଚ୍ଛା ସେବୀଙ୍କ ସହ ମଞ୍ଜି ପୋତିବା ସହ ପାହାଡ଼ରେ ଅପହଞ୍ଚ ଜାଗାରେ ମଞ୍ଜି ଗୁଳା ଫିଙ୍ଗିଥିଲେ ଓ ବୃକ୍ଷରୋପଣ କରିଥିଲେ। ନଷ୍ଟ ଓ ଲଣ୍ଡା ପାହାଡ଼ର ବ୍ୟାପକ ବନୀକରଣ ଦ୍ୱାରା ମୃତ୍ତିକା ସଂରକ୍ଷଣ, ଛୋଟ ଛୋଟ ଝରଣା ପୂଜରୂଜ୍‌ଜୀବନ, ଜୈବ ବିବିଧତା ର ପୁନରୁଜ୍ଜୀବନ, କାର୍ବନ ଶୋଷଣ, ଜଳବାୟୁ ପରିବର୍ତ୍ତନ ପ୍ରତିରୋଧ କେମିତି ହୋଇପାରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦିଆଯାଇଥିଲା ।ଏହା ସହ ଜଳବାୟୁ ପରିବର୍ତ୍ତନ ଓ ବଢୁଥିବା ଉତ୍ତାପ ପଛର ବିଜ୍ଞାନ ଓ ମଣିଷ ସ୍ୱାସ୍ଥ୍ୟ ଉପରେ ତାର ପ୍ରଭାବ ବିଷୟରେ ପିଲାମାନଙ୍କୁ ବୁଝାଯାଇଥିଲା।

    ଛାତ୍ରଛାତ୍ରୀମାନେ ମାଧବନ୍ଧ-ପିତାତଳି ଓ ଟାମାଣା ଠାରେ ଆର୍ଯ୍ୟଭଟ୍ଟ ଦ୍ଵାରା ସୃଷ୍ଟି କରାଯାଇଥିବା ଦୁଇଟି ଗ୍ରାମ୍ୟ ବନ ବୁଲି ଦେଖିଥିଲେ। ସ୍ଵେଚ୍ଛାସେବୀ ମାନେ ପିଲାମାନଙ୍କୁ ବିଭିନ୍ନ ଗଛ ଚିହ୍ନେଇଥିଲେ। ଫାଉଣ୍ଡେସନ୍‌ ଅଧ୍ୟକ୍ଷ ସେଠାରେ ରୋପଣ କରାଯାଇଥିବା ପରିବେଶ ଅନୁକୁଳ ବୃକ୍ଷ ଦେଖେଇ  ସେମାନଙ୍କ ଉପାଦେୟତା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇବା ସହ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ବ୍ୟାପକ ବୃକ୍ଷରୋପଣ ର ଆବଶ୍ୟକତା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ।ଏହା ସହ ଛାତ୍ରଛାତ୍ରୀ ମାନେ ଫାଉଣ୍ଡେସନ ଦ୍ଵାରା ବନୀକରଣ କରାଯାଇଥିବା କିଛି ଲଣ୍ଡା ପାହାଡ଼ ବୁଲି ଦେଖିଥିଲେ।

  ସୁଧୀର ରାଉତଙ୍କ ନେତୃତ୍ଵରେ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଆର୍ଯ୍ୟଭଟ୍ଟ ର ସ୍ୱେଚ୍ଛାସେବୀ ସୁଶାନ୍ତ ମହାନ୍ତି, K.ଘନଶ୍ୟାମ, ଭୀମ ରାଜୁପାତ୍ର, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ତପନ ରେଡ୍‌ଡି ଯୋଗଦେଇଥିଲେ।

Post a Comment

Previous Post Next Post