(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦଙ୍କ ରିପୋର୍ଟ
ବ୍ରହ୍ମପୁର ମୋ ନିୟୁଜ ଓଡିଶା : ବ୍ରହ୍ମପୁର ଲାଞ୍ଜିପଲ୍ଲୀ ନିକଟସ୍ଥ ବ୍ରହ୍ମାପଲ୍ଲୀ ଆନନ୍ଦ ବିହାର ସପ୍ତମ ଲାଇନ +2 ଛାତ୍ର ଅସିତ ପ୍ରସାଦ ନନ୍ଦ ରଥଯାତ୍ରା ଉପଲକ୍ଷେ ଛୋଟ ଆଟାରେ ଏକ ରଥ ନିର୍ମାଣ କରିଛନ୍ତି l ଏହାର ଉଚ୍ଚତା 9ରୁ 10 ଇଞ୍ଚ ହେବ l ପ୍ରାୟ ତିନିଦିନ ତାଙ୍କୁ ତିଆରି କରିବାକୁ ସମୟ ଲାଗିଥିଲା l ସେ ଦୀର୍ଘ ଦିନ ଧରି ବିଭିନ୍ନ ପ୍ରକାରର କଳା କୃତୀ କରି ଆସିଛନ୍ତି l ଆଜି ସେ ରଥ ତିଆରି କରି ସଭିଙ୍କୁ ଶୁଭକାମନା ଜଣାଇବା ସହ ଜଗତର ନାଥ ଜଗନ୍ନାଥ ଙ୍କ ନିକଟରେ ସଭିଙ୍କ ମଙ୍ଗଳ ପାଇଁ ପ୍ରାଥନା କରିଛନ୍ତି । ସେ ପାଠପଢା ସହ କିଛି ସମୟ ବାହାର କରି ଘରେ ବସି ବିଭିନ୍ନ ପ୍ରକାରର କଳାକୃତୀ ବି କରିଥାନ୍ତି l ଏହା ପୂର୍ଵରୁ ସେ ବିଭିନ୍ନ ପ୍ରକାର ଆର୍ଟ କରିଥାନ୍ତି l ପୂର୍ବରୁ ସେ ସୋଲ ଦ୍ୱାରା ଜଗନ୍ନାଥଙ୍କ ତିନିମୂର୍ତି କରି ଘରେ ଓ ବାହାରେ ବହୁ ପ୍ରଶଂସିତ ହୋଇଥିଲେ l ଏହି କଳାକୃତୀ ଲାଗି ତାଙ୍କ ପିତା ସୁଶାନ୍ତ କୁମାର ନନ୍ଦ, ମାତା ରାଧାରାଣୀ ନନ୍ଦ ଓ ଦୁଇଭାଇ ଉତ୍ସାହିତ କରୁଥିବା ସେ କହିଛନ୍ତି l ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ସେ ଭକ୍ତ ହୋଇଥିବା ଯୋଗୁଁ ସେ ଏପରି କରୁଥିବା କହିଛନ୍ତି l ବର୍ତମାନ ସେ ଦଶମ ଶ୍ରେଣୀ ପାସ କରି + 2 ଶ୍ରେଣୀ ଛାତ୍ର ଭାବେ ଅଧ୍ୟୟନ ରତ l ଅସିତ ଏପରି ଠାକୁରଙ୍କ ରଥ ତିଆରି କରି ଭାଗ୍ୟବାନ ମାନେ କରୁଥିବା କହିଛନ୍ତି l


