ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ଯତା ଦାବିରେ ଛାତ୍ରଛାତ୍ରୀଙ୍କ ବିଶ୍ବ ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ

 ଗଞ୍ଜାମ ଜିଲ୍ଲା ବିରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 


ବ୍ରହ୍ମପୁର ମୋ ନିୟୁଜ ଓଡିଶା ସହରର ଅତ୍ୟନ୍ତ ପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ଭାବରେ ସାରା ରାଜ୍ୟରେ ପ୍ରସିଦ୍ଧି ଲାଭ କରିଥିବା ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟକୁ ମିଳୁନାହିଁ ୟୁଜିସି ମାନ୍ୟତା ‌। ଗତ ୨୦୨୧ ମସିହାରୁ ଏହି ମାନ୍ୟତା ହରାଇଥିବା ବେଳେ ଏଠାରେ ଅଧ୍ୟୟନରତ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଅନ୍ଧକାର ଭିତରେ ଗତି କରୁଛି। ଗୁରୁବାର ବହୁ ଛାତ୍ରଛାତ୍ରୀ ବିଶ୍ବ ବିଦ୍ୟାଳୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ଖଲ୍ଲିକୋଟ କଲେଜ କୁ ବିଶ୍ଵବିଦ୍ୟାଳୟର ମାନ୍ୟତା,ଶିକ୍ଷକ ନିଯୁକ୍ତି,ନକଲି ପ୍ରମାଣପତ୍ର ବଦଳରେ ଅସଲି ପ୍ରମାଣ ପତ୍ର ପ୍ରଦାନ କରାଯାଉ, ପୂର୍ବତନ କୂଳପତି ମାନଙ୍କର ପେନସନ ବନ୍ଧ କରାଯାଉ, ଏବଂ କଲେଜରେ ଛାତ୍ର ନିର୍ବାଚନ କରିବା ଏମିତି ବହୁତ ସମସ୍ୟା କୁ ନେଇ ଧାରଣାରେ ବସିଛନ୍ତି ଛାତ୍ର ଛାତ୍ରୀ ମାନେ। 

ସୂଚନା ଅନୁସାରେ ବ୍ରହ୍ମପୁରର ୧୪୭ ବର୍ଷର ଖଲିକୋଟ ସ୍ଵୟଂ ଶାସିତ ମହାବିଦ୍ୟାଳୟକୁ ପୂର୍ବ ରାଜ୍ୟ ସରକାରଙ୍କ ପକ୍ଷରୁ ଇତି ମଧ୍ୟରେ ଦୁଇ ଦୁଇ ଥର ଭିନ୍ନ ଭିନ୍ନ ନାମକରଣ କରାଯାଇ ବିଶ୍ବବିଦ୍ୟାଳୟ ଘୋଷଣା କରାଯାଇଥିଲେ ମଧ୍ୟ ଏହା କେବଳ ରାଜ୍ୟ ସରକାର ଗେଜେଟ୍ ନୋଟିଫିକେସନରେ ସୀମିତ ରହିଯାଇଛି । ନିୟମ ଅନୁଯାୟୀ, ଏହାକୁ ବିଧାନସଭାରେ ପାରିତ କରାଯିବା ପରେ ୟୁଜିସିକୁ ପଠାଇଥିଲେ ଏହା ନିୟମରେ ପରିବର୍ତ୍ତନ ହୋଇଥାନ୍ତା । କିନ୍ତୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହାକୁ କରାଯାଇନଥିବାରୁ ଅଦ୍ୟାବଧି ୟୁଜିସି ମାନ୍ୟତା ହରାଇ ଚାଲିଛି ଏହି ବିଶ୍ବବିଦ୍ୟାଳୟ ।

Post a Comment

Previous Post Next Post