ଆସିକା ବିଜ୍ଞାପିତ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ସ୍ଵଚ୍ଛ ସାଥୀ ଓ ସୁପରଭାଈଜର ମାନଙ୍କ ସ୍ମାରକ ପତ୍ର ପ୍ରଦାନ

(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ

ଆସିକା ମୋ ନିୟୁଜ ଓଡିଶା : ଗଞ୍ଜାମ ଜିଲ୍ଲା ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ କାର୍ଯ୍ୟରତ ସ୍ଵଚ୍ଛ ସାଥୀ ଓ ସୁପରଭାଈଜର ମାନଙ୍କ ର ବହୁ ବର୍ଷ  ପରେ ନିଦ ଭାଙ୍ଗିଛି ଆଜି ଆସିକା ସ୍ୱଚ୍ଛ ସାଥି ଓ ସୁପରଭାଈଜର  ପକ୍ଷରୁ ଆସିକା ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ବେଜ କୁ ସଂଘର ବିଭିନ୍ନ ସମସ୍ୟା କୁ ନେଈ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏବଂ ଆସିକା ଏନ୍ ଏ ସି ଗେଟ୍ ସମ୍ମୁଖରେ ସଭାପତି ଜେ.ରୁବି ଆଚାରୀ ଙ୍କ ଅଧ୍ୟକ୍ଷତାରେ ଏକ ଆନ୍ଦୋଳନ କରିଥିଲେ ଆସିକା ଏନ୍ ଏ ସି ରେ ଦୀର୍ଘ ୫ ବର୍ଷ ରୁ ଉର୍ଦ୍ଧ ବର୍ଷ ହେଲା ଜନ ସାଧାରଣ ଙ୍କ ସେବା କରିଆସୁଛୁ, ଘରକୁ ଘର ବୁଲି ସର୍ଭେ କରିବା, ସ୍ଵଚ୍ଛ ସର୍ବେକ୍ଷଣ,ଗାରିମା ସର୍ଭେ, ବହୁ କାର୍ଯ୍ୟକ୍ରମ କରୁଛୁ କିନ୍ତୁ ଆଜି ଯାଏଁ ଆମକୁ ସରକାରୀ ମାନ୍ୟତା ମିଳିନି,ବିନା କୈାଣସି ନିଯୁକ୍ତି ପତ୍ରରେ ସ୍ଵଚ୍ଛ ସାଥୀ ଓ ସୁପରଭାଈଜର ମାନଙ୍କୁ ମାସକୁ ୪/୮ ଟଙ୍କା ମିଳୁଛି। ବହୁ ଦାବି ପରେ ନିର୍ବାଚନ ପରେ ୮/୧୨ ହଜାର ଦରମା ବୃଦ୍ଧି କରିବା ପାଇଁ ସରକାର ଘୋଷଣା କରିଥିଲେ। କିନ୍ତୁ ଆଜି ଯାଏଁ ଦରମା ବଡିଲା ନାହିଁଁ ଆମର ଭବିଷ୍ୟତ ଦାବି ହେଲା ସ୍ଥାୟୀ ନିଯୁକ୍ତି,ଦରମା ବୃଦ୍ଧି, ଗର୍ଭବତୀ ସମୟରେ କର୍ମଚାରୀ ମାନଙ୍କୁ ୬ ମାସ ଛୁଟି ପ୍ରଦାନ କରିବା, ସରକାରୀ କର୍ମଚାରୀ ପରି ଆମକୁ ମଧ୍ୟ ସରକାରୀ ଛୁଟି ମଞ୍ଜୁର କରାଯାଉ, ସ୍ୱଚ୍ଛ ସାଥି ଓ ସୁପରଭାଈଜର ମାନଙ୍କୁ ବୀମାଭୁକ୍ତ କରାଯାଉ। ସାମାଜିକ ସୁରକ୍ଷା ପାଇଁ ଆମକୁ କୋଡ ଡ୍ରେସ୍ ପ୍ରଦାନ କରାଯାଉ। ଏହି ପୁରଣ ନହେଲେ ଆଗକୁ ଏହି ଆନ୍ଦୋଳନକୁ ତିବ୍ରତର କରାଯିବ ବୋଲି ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ୱଚ୍ଛ ସାଥି ଓ ସୁପରଭାଈଜର ମାନଙ୍କ ସଭାପତି ଜେ.ରୁବି ଆଚାରୀ, ଉପସଭାପତି ପ୍ରିୟବନ୍ଧା ପାଢୀ, କୋଷାଧ୍ୟକ୍ଷ ବି.ସଙ୍ଗିତା, ନମିତା ଗୈାଡ,ସିଏଚ.ରାଜଲକ୍ଷ୍ମୀ ଆଚାରୀ, ମିନତୀ ମହାନ୍ତି,ଜାଜ୍ଞସିନୀ ପୋଲାଈ ସମେତ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ‌।

Post a Comment

Previous Post Next Post