ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)
ମିଶନ ଶକ୍ତି ନାରେ ହରୀ ଲୁଟ , ଭୂତ ଖାଇ ଦେଇଛି ମିଶନ ଶକ୍ତି ଗୃହ । ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ବ୍ଲକ୍ ଅଧିନସ୍ତ ଗୌଡ଼ଗୁଡ଼ା ପଞ୍ଚ୍ୟାୟତର ଏମ.ଭି.୯ ଗ୍ରାମରେ ।ଦୀର୍ଘ ୭ ରୁ ୮ ବର୍ଷ ପୂର୍ବେ ଏମ.ଭି.୯ ଗ୍ରାମର ଖେଳ ପଡିଆ ଠାରେ ସରକାରୀ ଅର୍ଥ ସାହାଯ୍ୟରେ ଗୋଟିଏ କ୍ଲବ୍ ଘର ନିର୍ମାଣ କରାଯାଇଥିଲା ,କିନ୍ତୁ କ୍ଲବ୍ ଘର ନିର୍ମାଣର ୨ ବର୍ଷ ପରେ ସେହି କ୍ଲବ୍ ଘରର କାନ୍ଥରେ ମିଶନ୍ ଶକ୍ତିର ଗୋଟିଏ ବୋର୍ଡ ଉକ୍ତ କ୍ଲବ୍ ଗୃହର କାନ୍ଥରେ ଲଗା ଯାଇଥିଲା ଏବଂ ଏହାର କିଛି ମାସ ପରେ ସେହି କ୍ଲବ୍ ଘରର କାନ୍ଥରେ ଏମ.ଭି.୯ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ନିମନ୍ତେ କାନ୍ଥରେ ୧ଲକ୍ଷ୍ୟ ୫୦ ହଜାର ଟଙ୍କା ଲିପି ବଦ୍ଧ ହୋଇଅଛି ।ଏହା ଦେଖି ଏମ.ଭି.୯ ଗ୍ରାମର ଗ୍ରାମବାସୀଙ୍କ ମନରେ ଦନ୍ଧ ସୃଷ୍ଟି ହୋଇଥିଲା,ଯେ କିପରି ଗୋଟିଏ କ୍ଲବ୍ ଘରରେ ବାରମ୍ବାର ଏପରି ବିଭିନ୍ନ କାର୍ଯ୍ୟର ବିବରଣୀ ତଥା ବୋର୍ଡ ଲଗାଯାଇଛି ,ଏହାକୁ ଆଧାର କରି ଏମ.ଭି.୯ ଗ୍ରାମର କିଛି ଯୁବକ ଓ ମହିଳା ରାମକୃଷ୍ଣ ରାୟ,ବାପନ୍ ବିଶ୍ଵାସ,ପ୍ରବାସ ବିଶ୍ଵାସ,ଗୋବିନ୍ଦ ବିଶ୍ଵାସ,ଦୀପକ ଦେ,ଶେଫାଳୀ ବିଶ୍ଵାସ, ଟିଙ୍କୁ ସରକାର,ସୁଲେଖା ମଣ୍ଡଳ, ପାରୁଲ ଦାସ,ସନ୍ଧ୍ୟା ସର୍ଦାର,ସୁମିତ୍ରା ସର୍ଦାର ଆଦି ଗ୍ରାମ ବାସି ମାନେ ମାଲକାନଗିରି ବ୍ଲକକୁ ଯାଇ ଅବଗତ କରାଇଥିଲେ ।କିନ୍ତୁ ବ୍ଲକ୍ ରୁ ଏମ.ଭି.୯ ଗ୍ରାମର ଗ୍ରାମବାସୀ ନିରାଶା ହୋଇ ଫେରିଥିଲେ,କାରଣ ବ୍ଲକରୁ କହିଥିଲେ ଯେ ତମର ମିଶନ ଶକ୍ତି ଗୃହ ତୁମ ଏମ.ଭି.୯ ଗ୍ରାମରେ ନିର୍ମାଣ କରାଯାଇଛି ,କିନ୍ତୁ ବର୍ତ୍ତମାନ ସୁଦ୍ଧା ବ୍ଲକ୍ ପ୍ରଶାସନଙ୍କ କହିବା ଅନୁସାରେ ଆଜି ପର୍ଯ୍ୟନ୍ତ ଏମ.ଭି.୯ ଗ୍ରାମର ମହିଳା ମାନେ ଖୋଜି ପାଇଲେନି ତାଙ୍କର ମିଶନ ଶକ୍ତି ଗୃହ,ଏହାକୁ ନେଇ ଏମ.ଭି.୯ ଗ୍ରାମରେ ମହିଳା ଏବଂ ଯୁବକଙ୍କ ମଧ୍ୟରେ ଘୋର ଅସନ୍ଥୋଷ ଲାଗିରହିଥିବା ବେଳେ ବର୍ତ୍ତମାନ ଜିଲ୍ଲା ପ୍ରଶାସନଙ୍କ ପାଖରେ ଏହାର ଉପଯୁକ୍ତ ତଦନ୍ତ ପାଇଁ ଦାବି କରିଛନ୍ତି।