ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)
ଗୃହ ମନ୍ତ୍ରଣାଳୟ ଦୁଇ ବାଟାଲିୟନ ବିଏସଏଫ ସୈନ୍ୟଙ୍କୁ ଓଡିଶାରୁ ଜାମ୍ମୁ କାଶ୍ମୀର (ଜେ ଆଣ୍ଡ କେ) କୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତିର ମୁଖ୍ୟ କାରଣ ଭାରତ ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ଆତଙ୍କବାଦ ବୃଦ୍ଧି ପାଇଥିବା ବେଳେ ଜାମ୍ମୁ କାଶ୍ମୀରରେ ସମ୍ପ୍ରତି ଆତଙ୍କବାଦୀ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ଆତଙ୍କବାଦୀ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇବାକୁ ଲକ୍ଷ୍ୟ ରଖି ଏହି ନିଷ୍ପତ୍ତି ନେଇଛି ଗୃହ ମନ୍ତ୍ରାଳୟ। ଦୁଇ ବାଟାଲିୟନର ୨,୦୦୦ ରୁ ଅଧିକ ଯବାନଙ୍କୁ ନେଇ ଜାମ୍ମୁର ଆନ୍ତର୍ଜାତୀୟ ସୀମାରେ ବିଏସ୍ଏଫ୍ ୟୁନିଟର ପ୍ରଥମ ସ୍ତର ପଛରେ ପ୍ରତିରକ୍ଷାର ଦ୍ୱିତୀୟ ସ୍ତର ସୁରକ୍ଷା ପ୍ରଦାନ ବା ବ୍ୟାକଅପ ସୁରକ୍ଷା ଭାବରେ ନିୟୋଜିତ କରାଯିବାର ନିଷ୍ପତ୍ତି ହୋଇଛି। ତେବେ ମାଲକାନଗିରି ଜିଲ୍ଲାରୁ ଗୋଟିଏ ବାଟାଲିୟନ ଏବଂ ଅନ୍ୟଟି କୋରାପୁଟ ଜିଲ୍ଲାରୁ ସ୍ଥାନାନ୍ତର କରାଯିବ।ଜାମ୍ମୁ ଅଞ୍ଚଳ ଘଞ୍ଚ ଜଙ୍ଗଲ ଏବଂ ପାହାଡ଼ିଆ ଅଞ୍ଚଳ ଯୋଗୁଁ ସୀମା ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଅସୁରକ୍ଷିତ ଅଟେ। ଜାମ୍ମୁ କାଶ୍ମୀରରେ ସୁରକ୍ଷାକୁ ମଜବୁତ କରିବା ଏବଂ ଏହି ଅଞ୍ଚଳରେ ଅଧିକ ଆତଙ୍କବାଦୀ ଆକ୍ରମଣକୁ ରୋକିବା ପାଇଁ ସରକାରଙ୍କ ଉଦ୍ୟମ। ଯେହେତୁ ବିଗତ କିଛି ବର୍ଷ ହେବ ମାଲକାନଗିରି ଏବଂ କୋରାପୁଟ ଜିଲ୍ଲା କେତେକ ଅଞ୍ଚଳରେ ମାଓବାଦୀ ସମସ୍ୟା ଦେଖିବାକୁ ମିଳୁନାହିଁ। ସେଥିପାଇଁ ସରକାର ଦୁଇ ବାଟାଲିୟନ ବିଏସଏଫ ସୈନ୍ୟଙ୍କୁ ସ୍ଥାନାନ୍ତର କରୁଛନ୍ତି।