ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)
ନକ୍ସଲଙ୍କ ଶହୀଦ ସପ୍ତାହ ପାଳନ ହେଲା ବିଫଳ।ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟରେ ନକ୍ସଲ ସଂଗଠନ ପକ୍ଷରୁ ସହିଦ ସପ୍ତାହ ପାଳନ ପାଇଁ ଆହ୍ୱାନ ଦିଆଯାଇଥିଲା। ହେଲେ ଦେଖିବାକୁ ମିଳୁଛି ନକ୍ସଲମାନଙ୍କ ସହିଦ ସପ୍ତାହ ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛି। ଛତିଶଗଡ ରାଜ୍ୟର ଦନ୍ତେୱାଡା ଜିଲ୍ଲାରେ ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି। ସୁରକ୍ଷା ବାହିନୀ ଯବାନଙ୍କ ଅଦମ୍ୟ ସାହାସ ଓ ପରାକ୍ରମ ପାଇଁ ସହିଦ ସପ୍ତାହ ପାଳନ ସମୟରେ ନକ୍ସଲଙ୍କ ଶହୀଦ ସ୍ମାରକକୁ ଯବାନ ଭାଙ୍ଗି ଧ୍ବଂସ କରି ଦେଇଛନ୍ତି। ଯବାନ ମାନେ ନକ୍ସଲମାନଙ୍କ ଶହୀଦ ସପ୍ତାହକୁ ବିଫଳ କରିବାରେ ସଫଳ ହୋଇଥିଲେ। ନକ୍ସଲମାନେ ପ୍ରତିବର୍ଷ ୨୮ ଜୁଲାଇରୁ ୩ ଅଗଷ୍ଟ ପର୍ଯ୍ୟନ୍ତ ସେମାନଙ୍କର ନିହତ ନକ୍ସଲ ସାଥୀମାନଙ୍କ ସ୍ମୃତିରେ ନକ୍ସଲ ଶହୀଦ ସପ୍ତାହ ପାଳନ କରନ୍ତି |
ଜୁଲାଇ ୨୮ ରେ, ଦନ୍ତେୱାଡାର ବାରସୁର ଅଞ୍ଚଳର କୋସଲନାର ଗାଁରେ ମାଓବାଦୀ କମ୍ପାନୀ କମାଣ୍ଡର ସତୀଶଙ୍କ ସ୍ମୃତିରେ ନିର୍ମିତ ଏକ ଶହିଦ ସ୍ମାରକ ଏବଂ ନକ୍ସଲମାନଙ୍କ ଶହୀଦ ସପ୍ତାହରେ ଆୟୋଜିତ ଏକ କାର୍ଯ୍ୟକ୍ରମ ବିଷୟରେ ସୁରକ୍ଷା ବାହିନୀ ସୂଚନା ପାଇଥିଲା। ଏହା ଉପରେ, ଦନ୍ତେୱାଡାର ଡିଆରଜି ବସ୍ତର ଫାଇଟର ସର୍ଚ୍ଚ ଅପରେସନ୍ ପାଇଁ ବାହାରିଥିଲେ।
ତଲାସି ଅଭିଯାନ ସମୟରେ ଯବାନଙ୍କୁ କୋସାଲନାର ଗାଁର ଉତ୍ତର ଦିଗରେ ଏକ ତମ୍ବୁ ଏବଂ ନକ୍ସଲ ସ୍ମାରକୀ ଦେଖିବାକୁ ମିଳିଥିଲା। ପୂର୍ବରୁ ମୃତ୍ୟୁ ହୋଇଥିବା ମାଓବାଦୀ ସତୀଶଙ୍କ ସ୍ମୃତିରେ ମାଓବାଦୀଙ୍କ ଦ୍ୱାରା ନିର୍ମିତ ହୋଇଥିଲା ଉକ୍ତ ସହିଦ ସ୍ତମ୍ଭ। ସହିଦ ସ୍ମାରକୀ ସ୍ତମ୍ଭ ଚାରିପାଖରେ ସହିଦ ସପ୍ତାହ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚାଲିଥିଲା | ଡିଆରଜି ବସ୍ତର ଫାଇଟର ଯବାନମାନେ ନକ୍ସଲ ସ୍ମାରକୀକୁ ଭାଙ୍ଗି ନକ୍ସଲମାନଙ୍କ ଶହୀଦ ସପ୍ତାହକୁ ବିଫଳ କରିବାରେ ସଫଳ ହୋଇଥିଲେ।