ରାଇକିଆରେ ବିଷାକ୍ତ ଛତୁ ଖାଇ ୧୦ ରୁ ଉର୍ଦ୍ଧ ଜଣ ଗୁରୁତର

ଭଞ୍ଜନଗର : ମୋ ନିୟୁଜ ଓଡିଶା କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ବାରବା ପଂଚାୟତ ଅନ୍ତର୍ଗତ ପାର୍ତିଗୁଡ଼ା ଗ୍ରାମରେ ରବିବାର ବିଷାକ୍ତ ଛତୁ ଖାଇ ୩ ଟି ପରିବାରର ୧୦ ରୁ ଉର୍ଦ୍ଧ ଜଣ ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଛନ୍ତି । ସମସ୍ତ ଅସୁସ୍ଥ ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଘଟଣାରୁ ପ୍ରକାଶ ଯେ ପ୍ରତିଦିନ ଭଳି ଆଜି ମଧ୍ୟ କିଛି ଲୋକ ଜଙ୍ଗଲକୁ ଯାଇଥିଲେ ଛତୁ ଆଣିବାକୁ । ଛତୁ ଆଣିବା ପରେ ତାକୁ ରୋଷେଇ କରି ମିଳିମିଶି କରି ଖାଇଥିଲେ । ସେଥିମଧ୍ୟରୁ ୧୦ ରୁ ଉର୍ଦ୍ଧ ଜଣ ଅସୁସ୍ଥ ହୋଇପଡ଼ିଥିଲେ । ଏହାପରେ ପରିବାର ଲୋକେ ସେମାନଙ୍କୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ମେଡ଼ିକାଲକୁ ୨ ଟି ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ଆଣିଥିଲେ । ଗୁରୁତର ଅସୁସ୍ଥ ମାନେ ହେଲେ ଜହନ ନାୟକ, ସୁଦାମ ନାୟକ, ପବିତ୍ର ନାୟକ, ଇନ୍ଦିରା ନାୟକ ଓ ଚୁମକି ନାୟକ ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post