କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ବୈଠକ : ଗୋପାଳପୁର-ସମ୍ବଲପୁର ରେଳ ପ୍ରକଳ୍ପକୁ ତ୍ୱାରାନିତ କରାଯାଉ

 


ଭଞ୍ଜନଗର :ମୋ ନିୟୁଜ ଓଡିଶା ଗୋପାଳପୁର - ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ ପାଇଁ ଦୀର୍ଘ ବର୍ଷ ଧରି ବିଭିନ୍ନ ଅନୁଷ୍ଠାନ ଦ୍ୱାରା ଦାବି ହୋଇଛି । ଆଗାମୀ ବଜେଟରେ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଯେପରି ପୂର୍ଣ୍ଣାଙ୍ଗ ଅନୁଦାନ ଘୋଷଣା କରିବେ ସେଥିପାଇଁ ଭଞ୍ଜନଗର ଓକିଲ ସଂଘ ସୁବର୍ଣ୍ଣ ଜୟନ୍ତୀ ପାଠାଗାରରେ ରବିବାର ଦିନ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଓକିଲ ସଂଘର ସଭାପତି ଶୈଳେନ୍ଦ୍ର ନାରାୟଣ ସାହୁ ଅଧ୍ୟକ୍ଷତା କରିଥିଲେ । ସଂଶୋଧିତ ଡିପିଆର୍‌କୁ ତୁରନ୍ତ କାର୍ଯ୍ୟକାରି କରିବା, ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନିତ କରିବା, ଉକ୍ତ ପ୍ରକଳ୍ପ ପାଇଁ ବଜେଟରେ ପର୍ଯ୍ୟାପ୍ତ ଅନୁଦାନ ବ୍ୟବସ୍ଥା କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ବରିଷ୍ଠ ଆଇନଜୀବି ଡ ସୁଶାନ୍ତ ତ୍ରିପାଠୀ, ବାର ଆସୋସିଏସନ୍ ସମ୍ପାଦକ ରାଜେନ୍ଦ୍ର ପ୍ରଧାନ କହିଥିଲେ ଯେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ପ୍ରକଳ୍ପ କାର୍ଯ୍ୟ କିଭଳି ଅଗ୍ରଗତି ହେବ ସେ ନେଇ ଅବଗତ କରାଯାଇଛି । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସମ୍ପାଦକ କହିଥିଲେ । ପୂର୍ବତନ ଡି.ସି.ସି ସଭାପତି ସନ୍ତୋଷ ନାୟକ କହିଥିଲେ ରାଜନୈତିକ ଇଚ୍ଛାଶକ୍ତି ରହିଲେ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ଆରମ୍ଭ ହୋଇପାରିବ । ସୁଚନାକର୍ମୀ ବି.ଶଙ୍କର ପାତ୍ର କହିଥିଲେ ଆନ୍ଦୋଳନ ଯେତେ ତୀବ୍ରତର ହେବ ପ୍ରକଳ୍ପ କାର୍ଯ୍ୟ ସେତେ ଶୀଘ୍ର ଆରମ୍ଭ ହେବ । ଏହାକୁ ଆଖି ଆଗରେ ରଖି ନିଷ୍ପତ୍ତି ନେବାକୁ ପଡିବ ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post