ଭଞ୍ଜନଗର :ମୋ ନିୟୁଜ ଓଡିଶା ସ୍ଥାନୀୟ ନାୟକ ଭବନ ପରିସରରେ ଓଡ଼ିଶାରେ ପ୍ରଥମ କରି ଏକ ପ୍ରଗତିଶୀଳ ଗଣତାନ୍ତ୍ରିକ ସାମ୍ମୁଖ୍ୟ ଗଠିତ ହୋଇଛି । ଏହାର ଆବାହକ ଥିଲେ ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ । ବରିଷ୍ଠ ଆଇନଜୀବୀ ଦଣ୍ଡପାଣି ସ୍ୱାଇଁ ସଭାପତିତ୍ୱ କରିଥିବା ସମୟରେ ବୈଠକକୁ ସଂଯୋଜନା କରିଥିଲେ ପ୍ରାକ୍ତନ ଓକିଲ ସଂଘ ସଭାପତି ଅଭିମନ୍ୟୁ ଗୌଡ଼ । ବରିଷ୍ଠ ଆଇନଜୀବୀ ବୈଦ୍ୟନାଥ ସାହୁଙ୍କ ସମେତ ଆସିକା ଓକିଲ ସଂଘ ଯୁବ ଆଇନଜୀବୀ ଶୁଭ୍ରମନ୍ୟୁ ରାଓ, ଚାଷୀମୁଲିଆ ନେତା ନିରାକାର ନାୟକ, ପୁରୁଖା ସାମ୍ୟବାଦୀ ନେତା ପରୁ ବିଷୋୟୀ, ଶିକ୍ଷକନେତା ପିତାମ୍ବର ପରିଡା, ପ୍ରତାପ କୁମାର ନାୟକ, ଟୁନା ମଳିକ, ବିପ୍ରଚରଣ ନାୟକ ସୁରେନ୍ଦ୍ର ପଟ୍ଟନାୟକ, ଏସ.ଏନ ପ୍ରଧାନ, ହିମାଂଶୁ ପାଢ଼ୀ ପ୍ରମୁଖ ଆଲୋଚନାରେ ଭାଗନେଇଥିଲେ । ଆଲୋଚନାର ଉଦ୍ଦେଶ୍ୟ ଥିଲା ସାମ୍ୟବାଦୀ ଦଳ ଗୁଡ଼ିକ ମଧ୍ୟରେ କିପରି ଐକ୍ୟ ପ୍ରତିଷ୍ଠା ହେବ ସେ ଦିଗରେ ଏ ସାମୁଖ୍ୟ ସମସ୍ତ ଉଦ୍ୟମ କରିବ । ସାରା ଓଡ଼ିଶାରେ ଏପରି ସାମ୍ମୁଖ୍ୟ ଗଠନ କରି ରାଜ୍ୟ ଓ ଜାତୀୟ ନେତୃତ୍ୱକୁ ପ୍ରଭାବିତ କରିବ । ନିଜନିଜ ଅଂଚଳର ପ୍ରମୁଖ ଦାବିଗୁଡିକ ଉପରେ ଦାବୀ ହାସଲ ଯାଏଁ ଆନ୍ଦୋଳନ ଅବ୍ୟାହତ ରଖିବ । ବର୍ତମାନ ପାଇଁ ପ୍ରତ୍ୟେକ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ କର ଅବା ମର ଆନ୍ଦୋଳନରେ ଝାସ ଦେବ । ଓଡ଼ିଆ ଭାଷାକୁ ରାଜ୍ୟ ସରକାରଙ୍କ ପ୍ରତ୍ୟକ ଦପ୍ତରରେ ଆଗାମୀ ୬ମାସ ଭିତରେ ଲାଗୁ କରିବା ପାଇଁ ଚରମ ପତ୍ର ଦେବ । ଏ ଆନ୍ଦୋଳନକୁ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀଯୁକ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଏକ ପନ୍ଦର ଜଣିଆ କମିଟି ଗଠିତ ହୋଇଥିବା ଜଣାପଡିଛି ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା