ଆର, ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ/୦୧/୦୭) : ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ତିନି ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଲାଦୁର୍ମା ଗାଁ’ରେ ।
ଗୁରୁତର ମାନେ ହେଲେ ଲାଦୂର୍ମା ଅଞ୍ଚଳର ଗେରେଗେରେଣ୍ଡି ମଣ୍ଡଳ, ତାଙ୍କ ପୁଅ ତବତୀୟl ମଣ୍ଡଳ ଓ ଝିଅ ପଞ୍ଚମୀ ମଣ୍ଡଳ। ସମସ୍ତଙ୍କୁ ଚିକିତ୍ସା ପାଇଁ ମୋହନା ମେଡିକାଲରେ ଭର୍ତ୍ତି କରିଛନ୍ତି ଗାଆଁ ଲୋକେ । ଆଜି ମଧ୍ୟାହ୍ନରେ ଜଙ୍ଗଲରୁ କିଛି ଛତୁ ଆଣି ରୋଷେଇ କରି ଖାଇଥିଲେ । ଏହାର କିଛି ସମୟ ପରେ ମୁଣ୍ଡ ବୁଲାଇବା ସହ ୩ ଜଣ ବାନ୍ତି କରିଥିଲେ । ତୁରନ୍ତ ସେମାନଙ୍କୁ ଚିକିତ୍ସା ପାଇଁ ମୋହନା ମେଡିକାଲକୁ ଅଣାଯାଇଥିଲା । ବର୍ତ୍ତମାନ ଚିକିତ୍ସା ଚାଲିଥିବା ବେଳେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି ।
Tags:
ଆଞ୍ଚଳିକ