ନିଟ ପରୀକ୍ଷାରେ ଦୁର୍ନିତୀକୁ ନେଇ ବ୍ରହ୍ମପୁର ଠାରେ ପ୍ରତିବାଦ କଲା SFI

 


ବ୍ରହ୍ମପୁର  ମୋ ନିୟୁଜ ଓଡିଶା 

ଚଳିତ ନିଟ ୟୁଜି ପରୀକ୍ଷାରେ ପ୍ରଶ୍ନ ପତ୍ର ପ୍ରଘଟ କରିବା, ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାରେ ଅଣ ପରୀକ୍ଷାର୍ଥୀଙ୍କ ଦ୍ୱାରା ଉତ୍ତର ଲେଖିବା ଓ ଟଙ୍କା ବଦଳରେ ଗ୍ରେସ ମାର୍କ ଦେବାଭଳି ଦୁର୍ନୀତି କାର୍ଯ୍ୟରେ NTA ସମ୍ପୁକ୍ତି ଥିବା ପ୍ରକାଶ ପାଇଛି।ଏନେଇ ଚାରିଆଡ଼େ ବିରୋଧ କରାଯାଉଥିବା ବେଳେ ଗୁରୁବାର ବ୍ରହ୍ମପୁର ଠାରେ ମଧ୍ୟ ବିରୋଧ କରାଯାଇଛି। SFI ପକ୍ଷରୁ ଖଲ୍ଲିକୋଟ କଲେଜ୍ ସମ୍ମୁଖରେ ପ୍ରତିବାଦ କାର୍ଯ୍ୟକ୍ରମ ବୁଧବାର ଅପରାହ୍ନ ୨ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଛି। 


ନ୍ୟାୟ ପାଇଁ ଦେଶ ବ୍ୟାପୀ ଛାତ୍ରଛାତ୍ରୀ ଆନ୍ଦୋଳନ କରୁଛନ୍ତି।କେନ୍ଦ୍ରର ଶିକ୍ଷା ମନ୍ତ୍ରୀ ନିରୀହ ଛାତ୍ରଙ୍କୁ ନ୍ୟାୟ ଦେବା ପରିବର୍ତେ ଦୁର୍ନୀତିର ଗନ୍ତାଘର ପଲଟିଥିବା NTA ଓ ଏହାର ଅଫିସରଙ୍କୁ ଘଣ୍ଟଘୋଡାଇବା ପାଇଁ ଯୋଜନା କରୁଛନ୍ତି।ଗୁରୁତ୍ୱପୂର୍ଣ୍ଣ  ଶିକ୍ଷାନୁଷ୍ଠାନ ଗୁଡିକରେ  ଅଭିଜ୍ଞତା ଓ ପାରଦର୍ଶିତା ପରିବର୍ତେ ଦଳିଅ ନେତାମାନଙ୍କୁ ନିଯୁକ୍ତି ଦିଆଯାଉଛି।ଫଳରେ ଧାରାବାହିକ ଭାବେ ଟଙ୍କା ପାଇଁ ପ୍ରଶ୍ନ ପତ୍ର ପ୍ରକାଶିତ ହୋଇଛି।ଲକ୍ଷ ଲକ୍ଷ ଛାତ୍ର ଯୁବକଙ୍କ ଭବିଷ୍ୟତ ସହିତ ଖେଳ ଖେଳାଯାଉଛି ବୋଲି ଅଭିଯୋଗ କରାଯାଇଛି। 

ଏଥିରେ ଛାତ୍ରନେତା ମାନସ ସ୍ୱାଇଁ ,ଚନ୍ଦ୍ର ଶେଖର ନାୟକ ,ୠତୁ ରାଜ ପରିଡା, ଚିନ୍ମୟ ସାହୁ,ଉମେଶ ଚନ୍ଦ୍ର ସ୍ୱାଇଁ, ଓ ତୋଫାନି କୁମାର ନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ।

Post a Comment

Previous Post Next Post