କୋଦଳା ମୋ ନିୟୁଜ ଓଡିଶା (୨୭/୦୬/୨୦୨୪)
ଜଣେ ପ୍ରଶାସନିକ ଅଧିକାରୀ ଓ ନେତାଙ୍କ ମଧ୍ୟରେ ତୁ ତୁ ମେ ମେ। ଫୋନ୍ ରେ ଅଶାଳୀନ ବ୍ଯବହାରରେ ବାର୍ତ୍ତାଳାପ ହେଉଥିବା ଅଡିଓ କଲ୍ ରେକର୍ଡ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଗଞ୍ଜାମ ଜିଲ୍ଲା କୋଦଳା ତହସିଲଦାର ଓ କୋଦଳା ବିଜେପି ନେତା ତଥା ଏନଏସି ଅଧ୍ଯକ୍ଷକଂ ମଧ୍ୟରେ କଥା କଟାକଟି ହୋଇଥିବା ବେଳେ ଅଧ୍ଯକ୍ଷଙ୍କୁ ଅଶାଳୀନ ବ୍ଯବହାର କରୁଛନ୍ତି ପ୍ରଶାସନିକ ଅଧିକାରୀଣୀ ତଥା କୋଦଳା ତହସିଲଦାର ସଶ୍ମିତା ଶତପଥୀ। ବେଆଇନ୍ ମାଟି ଚାଲାଣକୁ ନେଇ ଅଧ୍ଯକ୍ଷ ଫୋନ୍ ମାଧ୍ୟମରେ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ। ତେବେ ତହସିଲଦାର ଘଟଣା ସଂପର୍କରେ ତଦନ୍ତ କରିବେ କଣ ଓଲଟା ଅଧ୍ଯକ୍ଷକୁଂ ଫୋନ୍ ରେ ଦୁର୍ବ୍ଯବହାର ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ତହସିଲଦାରଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ନୂଆଁ ନୂହେଁ ।ନୀରୀହ ଲୋକକଂ ଉପରେ ବିଭିନ୍ନ ସମୟରେ ଜୁଲୁମ୍ ଦେଖାଇଥିବା ନଜିର୍ ରହିଛି। ନେତା କି ଉପରିସ୍ଥ ଅଧିକାରୀମାନଙ୍କୁ ମଧ୍ୟ ଇନ୍ଦ୍ର ଚନ୍ଦ୍ର ମାନୁ ନାହାଁନ୍ତି ତହସିଲଦାର। ସାଧାରଣ ଲୋକେ କାର୍ଯ୍ୟାଳୟକୁ କୌଣସି ଆପତ୍ତି ଅଭିଯୋଗ କରିବାକୁ ଯାଇ ମଧ୍ୟ ଦୁର୍ବ୍ଯବହାରର ଶିକାର ହୋଇଥିବା ପୂର୍ବରୁ ଅଭିଯୋଗ ରହିଛି। ବିଜେଡି ସରକାରରେ ପ୍ରଶାସନିକ ଅଧିକାରୀ ମାନଙ୍କ ରାଜ୍ ଚାଲିଥିଲା। ତେବେ ବିଜେପିର ନୂଆ ସରକାର ଆସିଥିବା ବେଳେ କୋଦଳା ତହସିଲଦାରଙ୍କ ଏଭଳି ନାଲିଆଖି ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଦେଖିବାକୁ ବାକି ରହିଲା।