କେପିଟି ଗ୍ରାମରେ ଜମି ବିବାଦକୁ ନେଇ ମରଣାତ୍ମକ ଆକ୍ରମଣ,ତିନି ଗୁରୁତର ଆହତ

 

ମୋ ନିୟୁଜ ଓଡିଶା 

ଜମି ବିବାଦକୁ ନେଇ ଗଣ୍ଡଗୋଳ। ଘଟଣାରେ ଫଳରେ ତିନି ଗୁରୁତର ଆହତ ହୋଇଛନ୍ତି।ସୂଚନାଯୋଗ୍ୟ ଯେ ଗୁରୁବାର ପୂର୍ବାହ୍ନ ୯ ଘଣ୍ଟା ସମୟରେ ତାରସିଙ୍ଗି ଥାନା ଅନ୍ତର୍ଗତ କେପିଟି ଗ୍ରାମର ବନ ଡାକୁଆ ସେଲୁନ ରେ କାମ କଲାବେଳେ ସେହି ଗ୍ରାମର ଟୁନା ପ୍ରଧାନ,ଶିବ ଡାକୁଆ ,ସାଗର ଡାକୁଆ ଓ ଧୋବଣୀ ଡାକୁଆ ଏକ ଅଟୋ ରେ ଆସି ହଠାତ ବନ ଡାକୁଆ ଉପରକୁ ବିଭିନ୍ନ ମାରଣାସ୍ତ୍ର ରେ ମୁଣ୍ଡକୁ ଆକ୍ରମଣ କରିଥିଲେ, ବନ ସେଠାରେ  ତଳେ ପଡି ଚିତକାର କରିବା ସମୟରେ ବନ ଙ୍କ ସ୍ତ୍ରୀ କସ୍ତୁରୀ ପୁଅ ସୁଦାମ କୁ ମଧ୍ୟ ଅତର୍କିତ ଭାବେ ଆକ୍ରମଣ କରିଥିଲେ।ଆକ୍ରମଣ କରିଥିବା ବ୍ୟକ୍ତି ମାନେ ଠେଙ୍ଗା, କାତି, କାଠ ଫଳିଆ ରେ ଆକ୍ରମଣ କରିଥିବା ମିଡ଼ିଆ ଆଗରେ ପ୍ରକାଶ କରିଛନ୍ତି।ଉଭୟ ବାପା ମା ଓ ପୁଅ ର ଶରୀର ର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି ।ବନ ଡାକୁଆଙ୍କ ହାତ  ଭାଙ୍ଗିବା ସହ  ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତାଙ୍କୁ ଭୁବନେଶ୍ୱର ଡାକ୍ତର ଖାନା କୁ ପଠା ଯାଇଛି।ଏ ସଂକ୍ରାନ୍ତରେ ଆହତ ପରିବାର ଆକ୍ରମଣ କାରୀଙ୍କ ବିରୁଦ୍ଧରେ ତାରସିଙ୍ଗି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।ସୂଚନାଯୋଗ୍ୟ ଯେ ପୂର୍ବରୁ ଉଭୟ ପରିବାର ମଧ୍ୟରେ ଏକ ଜମି ର ମାଲିକାନା କୁ ନେଇ ବିବାଦ ରହିଥିଲା, ବନ ଡାକୁଆ ର ଅକ୍ତିଆର ରେ ଥିବା ଜାଗା କୁ ଆକ୍ରମଣ କରି ଥିବା ଵ୍ୟକ୍ତି ମାନେ ନିଜ ଅଧୀନକୁ ନେବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଆଜି ସକାଳେ  ବନ ଡାକୁଆଙ୍କ ଘର ପାଖରେ ଥିବା କାଠ ଗୁଡିକୁ ନିଆଁ ଲଗାଇବା ସହ ଆକ୍ରମଣ ଓ ମାରିଦେବା ର ଧମକ ଦେଇଥିଲେ।ଏ ସଂକ୍ରାନ୍ତରେ ତାରସିଙ୍ଗି ଥାନା ଅଧିକାରୀ  ଅଭିଯୋଗ ପାଇ ତଦନ୍ତ ଚଳାଇଛନ୍ତି।

Post a Comment

Previous Post Next Post