ଆର୍ଯ୍ୟଭଟ୍ଟ ପ୍ରକୃତି ଓ ପରିବେଶ ଫାଉଣ୍ଡେସନର ସବୁଜ ରଥର ଶୁଭାରମ୍ଭ

 


(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ) 

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଆର୍ଯ୍ୟଭଟ୍ଟ ପ୍ରକୃତି ଓ ପରିବେଶ ଫାଉଣ୍ଡେସନର ଦ୍ୱିତୀୟ ଆର୍ଯ୍ୟଭଟ୍ଟ ସବୁଜ ରଥର ଶୁଭାରମ୍ଭ ଚିକିଟି ବ୍ଳକ୍ ର ମାଧବନ୍ଧ ଗ୍ରାମରୁ ହୋଇଯାଇଛି। ଏହି ସବୁଜ ରଥ ଗୁଡ଼ିକ ଭୟଙ୍କର ତାତିରୁ ରକ୍ଷା ପାଇବାପାଇଁ ଏହି ଋତୁରେ ବ୍ୟାପକ ବୃକ୍ଷ ରୋପଣ ପାଇଁ ନିବେଦନ କରୁଛନ୍ତି । ପ୍ରଥମ ଆର୍ଯ୍ୟଭଟ୍ଟ ସବୁଜ ରଥ ଚଳିତ ମାସ ୧୩ ତାରିଖ ଦିନ ବ୍ରହ୍ମପୁରରେ ଶୁଭାରମ୍ଭ କରାଯାଇଥିଲା । ପ୍ରଥମ ସବୁଜ ରଥ ବ୍ରହ୍ମପୁର ସହର,କୁକୁଡା ଖଣ୍ଡି ବ୍ଳକ୍, ରଙ୍ଗେଇଲୁଣ୍ଡା ବ୍ଳକ, ଦିଗପହଣ୍ଡି ବ୍ଳକ୍ ସାନଖେମୁଣ୍ଡି  ବ୍ଳକ୍ ଅଞ୍ଚଳରେ ପରିକ୍ରମା କରୁଅଛି। ଦ୍ଵିତୀୟ ସବୁଜ ରଥ ଚିକିଟି, ପାତ୍ରପୁର, ଦିଗପହଣ୍ଡି ବ୍ଳକ୍ ପରିକ୍ରମା କରିବା ସହ ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ମଣ୍ଡଳମ୍ ରେ ପରିକ୍ରମା କରିବ । ଏହା ସହ ଆର୍ଯ୍ୟଭଟ୍ଟର ସ୍ୱେଚ୍ଛାସେବୀ ମାନେ ବିଭିନ୍ନ ଅଞ୍ଚଳରେ ପଦଯାତ୍ରା କରି ବୃକ୍ଷ ରୋପଣ କରିବା ପାଇଁ ନିବେଦନ କରୁଛନ୍ତି । ବର୍ଷକୁ ବର୍ଷ ବଢୁଥିବା ଖରାରେ ଜୀବନ ଧାରଣ ଅସମ୍ଭବ ହୋଇ ପଡୁଛି ଓ ଆଗକୁ ମଣିଷର ସ୍ଥିତି ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଭୟଙ୍କର ଖରାରୁ ରକ୍ଷାପାଇବା ପାଇଁ ବ୍ୟାପକ ଭାବେ ବୃକ୍ଷ ରୋପଣ କରି ତାକୁ ବଡ଼ କରିବା ପାଇଁ ଆର୍ଯ୍ୟଭଟ୍ଟର

 ଏହି ବ୍ୟାପକ ସଚେତନତା କାର୍ଯ୍ୟ କ୍ରମରେ ଅନୁରୋଧ  କରାଯାଉଅଛି । ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ, ବ୍ରହ୍ମପୁର ୧୫ ବର୍ଷ ତଳୁ ବିପର୍ଯ୍ୟସ୍ତ ପରିବେଶର କୁ ପରିଣାମ ବିଷୟରେ କହି ଆସୁଥିଲା ଆଜି ତାହା ପରିଲକ୍ଷିତ ହେଉଛି ।  ପରିବେଶ ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷ ରୋପଣ ସହ ୧୫ବର୍ଷ ହେଲା ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ଦ୍ଵାରା ଗଞ୍ଜାମ ତଥା ଓଡ଼ିଶାର ବିଭିନ୍ନ ମୂଖ୍ୟ ସହର ଓ ନିକଟ ବର୍ତ୍ତୀ ଉପାନ୍ତ ଆନ୍ଧ୍ରରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି। ଏହି ଅନୁଷ୍ଠାନ ସବୁଜ ରଥ,ଶଙ୍ଖ ଘଣ୍ଟା ସହ ପରିବେଶ ଯାତ୍ରା, ପଦଯାତ୍ରା, ସାଇକେଲ ଯାତ୍ରା,ଅନଶନ, ମାନବ ଶୃଙ୍ଖଳ, ସାଇକେଲ ରାଲି ସହ ସ୍ଥାନୀୟ ଲୋକକଳା ଯଥା ଦାସ କାଠି, ଗାହାଣୀ ଓ ନାଟକ ନାଟକ ମାଧ୍ୟମରେ ବିପର୍ଯ୍ୟସ୍ତ, ପରିବେଶ ବିଷୟରେ ସଚେତନତା ସୃଷ୍ଟି କରିବା ସହ ବୃକ୍ଷରୋପଣ, ଜଳ ସଂରକ୍ଷଣ, ପଲିଥିନ ଓ ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜ୍ଜନ କରି ପରିବେଶକୁ ସୁରକ୍ଷିତ ରଖି ମଣିଷ ସମାଜ ତଥା ଜୀବଜଗତ କୁ ରକ୍ଷା କରିବାକୁ ନିବେଦନ କରିଆସୁଅଛି।

Post a Comment

Previous Post Next Post