ମୋ ନିୟୁଜ ଓଡିଶା
ଗଞ୍ଜାମ ଜିଲ୍ଲା କୋଦଳା ଏନ ଏ ସିରେ ଓଡିଶା ର ନୂତନ ମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ଓ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ପହଂଚି ଥିଲେ । ସେଠାରେ ବିଜେପି କର୍ମୀ ମାନେ ବିପୁଳ ସମ୍ବର୍ଦ୍ଧନା ଦେଇଥିଲେ । ଏହା ପରେ ଶ୍ରୀ ଶ୍ରୀ ଦଣ୍ଡେଶ୍ୱର ମହାପ୍ରଭୁ ଙ୍କୁ ଉଭୟ ମନ୍ତ୍ରୀ ଓ ବିଧାୟକ ଦର୍ଶନ କରିବା ସହ ସଂସାରର ମଙ୍ଗଳ କାମନା କରିଥିଲେ । ଏହା ପରେ ଶାଳିଆ ଡ୍ୟାମ ରେ ତିନି ଦିନ ଧରି ଯଜ୍ଞ ରେ ବିଧାୟକ ଯୋଗଦେଇ ଥିଲେ । ଯିବା ରାସ୍ତାରେ ତାଙ୍କୁ ବିଭିନ୍ନ ଛକରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ଦେଖିବାକୁ ମିଳିଥିଲା । ତାଙ୍କ ସହ ବରିଷ୍ଠ ବିଜେପି ନେତା ପ୍ରଭାକର ପଣ୍ଡା, ସୀତାରାମ ପାଣିଗ୍ରାହୀ, ନାରାୟଣ ସୁମନ୍ତରାୟ, ଏନ ଏ ସି ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ପୂର୍ବତନ ବ୍ଲକ ଅଧକ୍ଷ ଜଗନ୍ନାଥ ସେଠି, ନାରୀ ନେତ୍ରୀ ଛାୟା ବେହେରା ଓ ପିଙ୍କି ରାଉତ ଙ୍କ ସମେତ ଅନେକ କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।


