ନବ ନିର୍ବାଚିତ ବିଧାୟକ ଓ ମନ୍ତ୍ରୀଙ୍କୁ କୋଦଳାରେ ବିପୁଳ ସମ୍ବର୍ଦ୍ଧନା

ମୋ ନିୟୁଜ ଓଡିଶା କୋଦଳା ରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ପ୍ରତାପ ନାୟକ ଏବଂ ପୋଲସରା ବିଧାୟକ ତଥା ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁପାଳନ, ଲଘୁ ଓ ମଧ୍ୟମ ଶିଳ୍ପ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀଙ୍କୁ ଭବ୍ଯ ସମ୍ବର୍ଦ୍ଧନା ଦିଆଯାଇଛି। ଶନିବାର ଉଭୟ ନେତା କୋଦଳା ପହଞ୍ଚି ଥିଲେ । ଏହି ଅବସରରେ ବହୁ ବିଜେପି ନେତା ଓ କର୍ମୀମାନେ ବିଧାୟକ ପ୍ରତାପ ନାୟକ ଓ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଥିଲେ। ଅନ୍ଯ ମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ପ୍ରଭାକର ପଣ୍ଡା, ସୀତାରାମ ପାଣିଗ୍ରାହୀ, ନାରାୟଣ ସୁମନ୍ତରାୟ,କୋଦଳା ଏନ ଏ ସି ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ବେଗୁନିଆପଡ଼ା ପୂର୍ବତନ ବ୍ଲକ ଅଧକ୍ଷ ଜଗନ୍ନାଥ ସେଠୀଙ୍କ ସହ ବହୁ ବିଜେପି କର୍ମକର୍ତ୍ତା ମାନଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା।

Post a Comment

Previous Post Next Post