ମୋ ନିୟୁଜ ଓଡିଶା
ରାଜ୍ୟ ବିଜେପି ସରକାର ରେ ନୂତନ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପୋଲସରା ବିଧାୟକ ଗୋକୁଳାନନ୍ଦ ମଲ୍ଲିକ ଙ୍କୁ ଖଲ୍ଲିକୋଟରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଶ୍ରୀ ମଲ୍ଲିକଙ୍କୁ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ମତ୍ସ୍ୟ ଓ ପଶୁପାଳନ, ଲଘୁ ଓ ମଧ୍ୟମ ଶିଳ୍ପ ଉଦ୍ୟୋଗ ଭାବେ ଦାୟିତ୍ବ ମିଳିଛି।
ଶନିବାର ବିଜେପି ନେତା ଓ କର୍ମୀ ମାନେ ଭବ୍ୟ ସମ୍ବର୍ଦ୍ଧନାଜଣାଇଥିଲେ |ମନ୍ତ୍ରୀ ଶ୍ରୀ ମଲ୍ଲିକ ଭୁବନେଶ୍ୱର ଠାରୁ ଅଶି ଖଲ୍ଲିକୋଟ ରେ ପହଂଚିବା ପରେ ତାଙ୍କୁ ପୁଷ୍ପ ଗୁଛି ଦେଇ ବାଣ ଫୁଟାଇ ସମ୍ବର୍ଦ୍ଧନା ଜଣାଇଥିଲେ |ମନ୍ତ୍ରୀ ଙ୍କୁ ଏକ ଶୋଭା ଯାତ୍ରା ରେ ଖଲ୍ଲିକୋଟ ବସ ଷ୍ଟାଣ୍ଡ ଠାରୁ ଖଲ୍ଲିକୋଟ ଶ୍ରୀ ଜଗନ୍ନାଥ ମନ୍ଦିର ରେ ପହଂଚି ପୂଜା ଅର୍ଚନା କରି ଉପସ୍ଥିତ ଜନସାଧାରବ ଙ୍କୁ ଭେଟିଥିଲେ |
ମନ୍ତ୍ରୀ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ ବିଜେପି ସରକାର ରେ ଗଞ୍ଜାମ କୁ ସ୍ୱତନ୍ତ୍ର ଫୋକସ ଦେବା ଗଞ୍ଜାମ ର କୃଷକ, କୃଷି ଓ ବେରୋଜଗାରୀ ଓ ଦାଦନ ସମସ୍ୟା ର ସମାଧାନ ସହ ମୁଖ୍ୟତଃ ଆଇନ ଶୃଙ୍ଖଳା ପରିସ୍ଥିତି କୁ ନିୟନ୍ତ୍ରଣ କରି ଆୟତ୍ତ କୁ ଅଣାଯିବ ବୋଲି ସେ କହିଛନ୍ତି।


