କୁଏତ ଅଗ୍ନି କାଣ୍ଡରେ ଓଡ଼ିଆ ପୁଅଙ୍କ ମୃତ୍ୟୁ: ରଣଝାଲି ଗାଁରେ ଶୋକାକୁଳ ପରିବେଶ

(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦଙ୍କ ରିପୋର୍ଟ )

ବ୍ରହ୍ମପୁର :  ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ରଣଝାଲି ଗ୍ରାମର ସନ୍ତୋଷ ଗୌଡ଼  କୁଏତରେ ଅଗ୍ନିକାଣ୍ଡ ଘଟି ଓଡ଼ିଶାର ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ କଟକ ଜିଲ୍ଲା ଆଠଗଡ଼ ତିଗିରିୟା ଅଞ୍ଚଳର ଓ ଅନ୍ୟ ଜଣେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରଣଝାଲି ଗାଁର ସନ୍ତୋଷ ଗୌଡ଼ (୩୫) ବୋଲି ଜଣା ପଡିଛି। ବିପ୍ର ଗୌଡ଼ଙ୍କ ପୁଅ ମୃତକ ସନ୍ତୋଷ ନିଜର ଓ ନିଜ ପରିବାରର ପତିପୋଷଣ ପାଇଁ ପ୍ରଥମେ ମୁମ୍ବାଇ ଯାଇ କାମକରୁ ଥିବାବେଳେ, ଅଧିକ ରୋଜଗାର ଆଶାରେ ଗତଦୁଇ ବର୍ଷହେଲା କୁଏତ ଯାଇଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି। ବାପା ବିପ୍ର ଗୌଡ଼ଙ୍କ ସ୍ୱାସ୍ଥ୍ୟବସ୍ଥା (ହାର୍ଟ ଆଟାକ) ହୋଇଥିବା ବେଳେ ଚିକିତ୍ସା ପାଇଁ ଗତ ମାର୍ଚ୍ଚ ମାସରେ ସନ୍ତୋଷ ଘରକୁ ଆସିଥିଲେ। ପରେ କିଛି ଦିନ ରହିବା ପରେ ସନ୍ତୋଷ କୁଏତ ଫେରି ଯାଇଥିଲେ। ସେଠାରେ ହାଇୱେ ନାମକ ଏକ କମ୍ପାନୀରେ କାର୍ଯ୍ୟରତ ଥିଲେ। ଗତ ବୁଧବାର ରାତିରେ କାମରୁ ଫେରି ରହୁଥିବା ଆପାର୍ଟମେଣ୍ଟ ରୁମରେ ଶୋଇଥିବା ସମୟରେ ଅଗ୍ନିକାଣ୍ଡ ଘଟି ସନ୍ତୋଷଙ୍କ ମୃତ୍ୟୁ ହୋଇଥିବା ଘରକୁ ଖବର ଆସିଥିଲା। ଏ ଖବର ଆସିବା ପରେ ସନ୍ତୋଷଙ୍କ ବୋଉ ସଜନୀ ଗୌଡ଼, ସ୍ତ୍ରୀ ଅଞ୍ଜଳି ଗୌଡ଼, ଦୁଇ ପୁଅ, ଭଉଣୀ, ଭିଣୋଇ ଭାଇ ଦୁଃଖରେ ଫାଟି ପଡ଼ିଥିଲେ। ରଣଝାଲି ଗାଁରେ ଶୋକାକୁଳ ପରିବେଶ ଦେଖା ଦେଇଛି। ମୃତକ ସନ୍ତୋଷ ପରିବାରର ଏକ ମାତ୍ର ରୋଜଗାରିଆ ପୁଅ ଥିଵା ବେଳେ ତାଙ୍କର ଧର୍ମପତ୍ନୀ ଦୁଇଟି ସନ୍ତାନ ଅଛନ୍ତି। ତେବେ ବୃଦ୍ଧ ପିତା ମାତା ଓ ବିଧବା ସ୍ତ୍ରୀ ସହିତ ଦୁଇ ପୁଅଙ୍କ ଭବିଷ୍ୟତ କଣ ହେବ ବୋଲି ଗାଁରେ ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା ଶୁଣା ଯାଉଛି।

Post a Comment

Previous Post Next Post