ଡ୍ରେନେଜ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ, ପାରଳା ମୁନିସିପାଲିଟିର ଦାୟିତ୍ବହୀନତା

 


ଗଜପତି ମୋ ନିୟୁଜ ଓଡିଶା (୨୯/୬/୨୦୨୪):ପାରଳାଖେମୁଣ୍ଡି ଓଡିଶାର ଦ୍ବିତୀୟ ସର୍ବପୁରାତନ ମୁନିସିପାଲିଟି ଅଟେ । ଏହା ୧୮୮ ମସିହାରେ ସ୍ଥାପିତ ହୋଇଥିଲା । ଯାହାକି ପାରଳା ରାଜବଂଶୀୟଙ୍କ ଦ୍ବାରା ନିର୍ମାଣ କରାଯାଇଥିଲା । ଜଳ ନିଷ୍କାସନ ନିମନ୍ତେ ଡ୍ରେନେଜ୍ ବ୍ୟବସ୍ଥା ଏହି ସହରର ବିଶେଷତ୍ଵ ଥୂଲା । ପାରଳାଖେମୁଣ୍ଡି ସହରର ଡ୍ରେନେଜ୍ ବ୍ୟବସ୍ଥା ସମଗ୍ର ଦେଶର ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରିଥିଲା । କିନ୍ତୁ ବର୍ତ୍ତମାନ ପୌରପାଳିକାର ଦାୟିତ୍ଵ ହୀନତା ହେଉ କିମ୍ବା ପ୍ରଶାସନର ଅଣଦେଖା ହେଉ ଡ୍ରେନେଜ୍ ଗୁଡିକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଓ ବିପର୍ଯ୍ୟୟ ଅବସ୍ଥାରେ ରହିଛି । ଦୀର୍ଘ ଦିନ ହେବ ଡ୍ରେନେଜ୍ ଗୁଡିକର ରକ୍ଷଣା ବେକ୍ଷଣ ଅଭାବରୁ ଏଭଳି ଶୋଚନୀୟ ହୋଇପଡିଛି ବୋଲି ପାରଳା ସହରର ବୁଦ୍ଧିଜୀବୀମାନେ ଅଭିଯୋଗ କରି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ କହିଛନ୍ତିଯେ, ରଜାରାଜୁଡା ଅମଳର ନିର୍ମାଣ ହୋଇଥ‌ିବା ବଡ ବଡ ଡ୍ରେନ୍ ଗୁଡିକୁ ପୁନରୁଦ୍ଧାର ନାମରେ ସଂକୀର୍ଣ୍ଣ କରିଦେବା, ପୋତି ଦେବା, ଜବରଦଖଲ କରିବା ଇତ୍ୟାଦି କାରଣ ସମେତ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ସମସ୍ୟା ସୃଷ୍ଟି ହୋଇଛି । ସେଥ୍ ଯୋଗୁଁ ଡ୍ରେନ୍ ର ଆବର୍ଜନା ପାଣିଗୁଡିକ ସଠିକ ଭାବେ ନିଷ୍କାସନ ହୋଇ ନପାରି ରାସ୍ତା ଉପରେ ବୋହୁଛି । ଏହା ସହରର ବିଭିନ୍ନ ସାହି ବସ୍ତିରେ ନିତିଦିନିଆ ଘଟଣା ପାଲଟିଛି । ଏହା ଦ୍ବାରା ଜିଲ୍ଲା ସଦର ମହକୁମାର ମୁଖ୍ୟ ସଡକ ସମେତ ମତ ସାହି ବସ୍ତିର ଅନ୍ୟାନ୍ୟ ସଡକ ଗୁଡିକ ଧୋଇ ହୋଇ ନଷ୍ଟ ହେଉଛି । ଏହା ବ୍ୟତୀତ ଡ୍ରେନର ଆବର୍ଜନା ପାଣି ଗୁଡିକ ବିଭିନ୍ନ ସ୍ଥାନରେ ଜମା ହୋଇ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । ଏହି ବଢୁଛି । ସେହି କାରଣରୁ ଡେଙ୍ଗୁ, ମ୍ୟାଲେରିଆ ସମେତ ବହୁ ସଂକ୍ରମଣ ରୋଗ ନିୟମିତ ବ୍ୟବଧାନରେ ବଢିଚାଲିଛି । ବହୁ ଲୋକ ବିଭିନ୍ନ ରୋଗରେ ରୋଗ ଆକ୍ରାନ୍ତି କାରଣ ଯୋଗୁଁ ସହରରେ ମଶାର ପ୍ରାଦୁର୍ଭାବ ବେଶ ବହୁ ନାଯୋଗ୍ୟଯେ ସହରବାସୀଙ୍କ ଜୀବନ ହୋଇ ଖର୍ଚ୍ଚାନ୍ତ ହେବା ସହ ମୃତ୍ୟୁମୁଖରେ ପଡୁଛନ୍ତି । ସୂଚନାଯୋଗ୍ୟ ମହେନ୍ଦ୍ରତନୟା ନଦୀ ହେଉଛି ପାରଳାଖେମୁଣ୍ଡି ସହରର ଜୀବନ ରେଖା ଭାବେ ପରିଚିତ । ହେଲେ ସହରର ସମସ୍ତ ଡ୍ରେନେଜ୍ ପାଣି ମହେନ୍ଦ୍ରତନୟା ନଦୀ ଓ ସୀତାସାଗରରେ ମିଶୁଛି । ଯାହା ଫଳରେ କି ଉକ୍ତ ପାଣିକୁ ବ୍ୟବହାର କରି ଲୋକମାନେ ବିଭିନ୍ନ ରୋଗରେ ପଡୁଥ‌ିବା ବେଳେ ଚାଷଜମିରେ ଜଳସେଚନରେ ବି ବାଧା ଉପୁଜୁଛି । ଏଭଳି ପରିସ୍ଥିତି ପାଇଁ ଜନସ୍ବାସ୍ଥ୍ୟ ବିଭାଗର ଅବଦାନ ମଧ୍ଯ କିଛି କମ୍ ନୁହେଁ । ଗୋଟିଏ ପକ୍ଷରେ  ପୌରପାଳିକାର ଡ୍ରେନେଜ୍ ବ୍ୟବସ୍ଥାର ରକ୍ଷଣାବେକ୍ଷଣରେ ଅବହେଳା ଅନ୍ୟପକ୍ଷରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଇବା ବାହାନାରେ ସହରର ଅନେକ ଡ୍ରେନ୍ ରେ ପାଇ ବିଛାଇବା ଯୋଗୁଁ ଏଭଳି ପରିସ୍ଥିତି ଉପୁଜୁଛି । ସରକାର ଏହି ସମସ୍ୟା ଗୁଡିକର ସମାଧାନ ନିମନ୍ତେ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି । କିନ୍ତୁ ପୌରପାଳିକା କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ଓ ପୌରପରିଷଦର ନିର୍ବାଚିତ ପ୍ରତିନିଧୂଙ୍କ ସ୍ଥାଣୁତା ଯୋଗୁଁ ଏଭଳି ସମସ୍ୟା ଗୁଡିକର ସମାଧାନ ହୋଇପାରୁନାହିଁ ।            ଗଜପତି ଜଲ୍ଲାରୁ ମନୋଜ କୁମାର ପାଢୀ

Post a Comment

Previous Post Next Post