ଭଞ୍ଜନଗର ମୋ ନିୟୁଜ ଓଡିଶା : ଲୋକଙ୍କ ସୁଖ ଦୁଃଖର ସାଥୀ ହେଉଛନ୍ତି ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ । ଜଣକ ପରେ ଜଣେ ଭେଟି ଶୁଭେଚ୍ଛା ଦେବା ସହିତ ନିଜର ଦୁଃଖ ଜଣାଉଛନ୍ତି ବିଧାୟକଙ୍କୁ । ବିଧାୟକ ମଧ୍ୟ ସମସ୍ତଙ୍କ ଦୁଃଖ ଶୁଣୁଛନ୍ତି । ବିଭିନ୍ନ ସଂଘର କର୍ମକର୍ତ୍ତାମାନେ ନିଜର ଦାବୀ ଗୁଡ଼ିକ ମଧ୍ୟ ଉପସ୍ଥାପନା କରୁଛନ୍ତି । ଏହିପରିପ୍ରେକ୍ଷୀରେ ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ ସଂଘର କର୍ମକର୍ତ୍ତାମାନେ ଆଜି ସ୍ୱାଗତ ଜଣାଇବା ସହିତ ନିଜର ଦାବୀ ଉପସ୍ଥାପନା କରିଥିଲେ । ଦାବୀ ଗୁଡ଼ିକ ମଧ୍ୟରେ ଚିକିତ୍ସା ଭତ୍ତା ପ୍ରଦାନ, କରୋନା ସମୟରେ ସ୍ଥଗିତ ୧୮ମାସର ୧୧%ଡ଼ିଏ, ଅଶିଏ ବର୍ଷ ପୂର୍ତ୍ତି ସମୟରେ ୨୦% ଅତିରିକ୍ତ ଅବସର ଭତ୍ତାକୁ ୬୫ ବର୍ଷରୁ ପ୍ରତି ୫ବର୍ଷରେ ୫% ଲେଖାଏଁ ବୃଦ୍ଧି, ବ୍ଲକଗାଣ୍ଡ ଶିକ୍ଷକ ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କୁ ଅବସରକାଳୀନ ଭତ୍ତା, ସଂଘର ନିଜସ୍ୱ ଗୃହ, ଭଞ୍ଜନଗର ମୁନିସିପାଲଟିକୁ କାର୍ଯକ୍ଷମ, ଘୁସୁମର ଜିଲ୍ଲା ଘୋଷଣା, ଭଞ୍ଜନଗର ଦେଇ ଟ୍ରେନ ଚଳାଚଳ । ଦାବୀ ଗୁଡ଼ିକ ଶୁଣିବା ପରେ ବିଧାୟକ ଯଥା ସମ୍ଭବ ପୂରଣ କରିବା ପାଇଁ ପ୍ରକାଶ କରିଥିଲେ । ସଂଘର ସଭାପତି ବିଭୂତି ଭୂଷଣ ଜେନା, ସମ୍ପାଦକ ସୁବଳ ଚନ୍ଦ୍ର ଭୂୟାଁ, କୋଷାଧ୍ୟକ୍ଷ ସୁବାସ ଚନ୍ଦ୍ର ତାରିଣୀ, ପ୍ରବକ୍ତା ଅମର ବିଳାସ ବେହେରା, ସହସମ୍ପାଦକ ପ୍ରଦୀପ କୁମାର ସ୍ୱାଇଁ, ଦେବରାଜ ସେଠୀ, କବିରାଜ ପୋଲାଇ ଉପସ୍ଥିତ ଥିଲେ ।
ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା