ଡଗ ସ୍କ୍ୱାଡ଼ ଯାଞ୍ଚ ଆରମ୍ଭ, ଲାବାଣ୍ୟଗଡରେ ଗୋଟିଏ ରାତ୍ରରେ ସିରିଜ୍ ଚୋରି

 


ଗଜପତି ମୋ ନିୟୁଜ ଓଡିଶା (୨୯/୬/୨୦୨୪):ଗଜପତି ଜିଲ୍ଲାରେ ଗତ କିଛି ମାସ ହେଲା ଚୋରି ଘଟଣା ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି. ବିଶେଷ କରି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି | ଆଦର୍ଶ ଥାନା, କାଶୀନଗର, ଗୁରାଣ୍ଡି ଓ ଗାରାବନ୍ଧ ଥାନା ଅଞ୍ଚଳରେ | ଚୋରଙ୍କ ଦୌରାତ୍ମ୍ୟ ମାତ୍ରାଧୂକ ଭାବେ ବୃଦ୍ଧି ପାଇଛି । ବୁଧବାର ବିଳମ୍ବିତ ରାତ୍ର ସମୟରେ ଗାରାବନ୍ଧ ଥାନା ଅନ୍ତର୍ଗତ ଲାବାଣ୍ୟଗଡ ଗ୍ରାମରେ ସିରିଜ୍ ଚୋରି ଘଟିଥ‌ିବାର ଜଣାପଡିଛି । ଏଥିରେ ଗ୍ରାମଦେବୀ | ମନ୍ଦିର, ଲାବାଣ୍ୟଗଡ ଉପସ୍ବାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ପୂର୍ଣ୍ଣଚନ୍ଦ୍ର ବେହେରା ଓ ହେମ ପାରିଗାଙ୍କ ଘରେ ଚୋରି ହୋଇଥ‌ିବାର ଜଣାପଡିଛି । ଚୋରମାନେ ଗ୍ରାମଦେବୀ ମନ୍ଦିରରେ ଲୁହା ଗ୍ରୀଲ ତାଡି ପୂଜାରେ ବ୍ୟବହୃତ ହେଉଥିବା ମୂଲ୍ୟବାନ କାଠ କାଠ ଚୋରି କରି ନେଇଥିବା ବେଳେ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଘରୁ ଚୋରିକରିବା ପାଇଁ ପଶିଥ୍ ଥିଲେ । ହେଲେ ସେଠାରେ ଠାରେ କିଛି ସୁନା ଅଳଙ୍କାର କି ଟଙ୍କା ପାଇନଥିଲେ । ପରେ ତାଙ୍କ ପଡୋଶୀ ହେମ ପାରିଗାଙ୍କ ଘରେ ୭ ଭରି ସ୍ବର୍ଣ୍ଣ ଅଳଙ୍କାର ସହ ନଗଦ ୫୦ ହଜାର ଟଙ୍କା ଲୁଟ୍ କରି ନେଇଥ‌ିବା ପରିବାର ସୂତ୍ରରୁ ପ୍ରକାଶ । ଗାରବନ୍ଧ ଥାନା ପୋଲିସ ଖବର ବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନୁ ଆରମ୍ଭ କ କରିଛି । ଡଗ୍ ସ୍କାର୍ଡ ଓ ଫରେନ୍ସିକ୍ ଟିମ୍ ମଧ୍ଯ ପହଞ୍ଚି ଯାଞ୍ଚ କରୁଥୂବାର ଜଣାଯାଇଛି । ଏନେଇ ଗାରାବନ୍ଧ ଥାନା କେସ୍ ନଂ. ୫୫/୨୪୬୬ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ପ୍ରଶାନ୍ତ ନିଶିକା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।          ଗଜପତି  ଜିଲାରୁ ମନୋଜ କୁମାର ପାଢୀ

Post a Comment

Previous Post Next Post