ମୋହନାର ହୋଟେଲରୁ ୧୫ ଫୁଟର ଅହିରାଜ ଉଦ୍ଧାର

 


 29/06/2024  YWPSENU8  0 Comments ମୋହନାର ହୋଟେଲରୁ ୧୫ ଫୁଟର ଅହିରାଜ ଉଦ୍ଧାର

ଆର,ଉଦୟଗିରି ମୋ ନିୟୁଜ ଓଡିଶା (୨୯/୬/୨୦୨୪):ଗଜପତି ଜିଲ୍ଲା ମୋହନା ବସଷ୍ଟାଣ୍ଡ ନିକଟସ୍ଥ ଅନ୍ନପୂର୍ଣ୍ଣା ହୋଟେଲରୁ ୧୫ ଫୁଟର ଏକ ବିଶାଳ ଅହିରାଜ ସାପ ଉଦ୍ଧାର କରାଯାଇଛି. ଗୁରୁବାର ଦିନ ସାପଟି ହୋଟେଲର ପଛ ଭାଗରେ ଥିବା ଦେଖି ସ୍ଥାନୀୟ ବନ ବିଭାଗକୁ ଖବର ଦେଇଥିଲେ ହୋଟେଲ କର୍ମଚାରୀ। ଏହାପରେ ବନପାଳ ଦେବାଶିଷ ଶତପଥୀଙ୍କ ନେତୃତ୍ବରେ ସ୍ନେକ ରେସକ୍ୟୁଟିମର ସଦସ୍ୟ ଅନ୍ତର୍ଯ୍ୟାମୀ ବେହେର୍ଦ୍ଦଳାଇ ଏବଂ ଅନ୍ୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଅତି ସତର୍କତାର ସହ ଅହିରାଜକୁ ଉଦ୍ଧାର କରିଥିଲେ I ଉଦ୍ଧାର ପରେ ସାପକୁ ସହରରୁ ୧୫ କିଲୋମିଟର ଦୂରରେ ଥ‌ିବା ଜଙ୍ଗଲରେ ଛାଡି ଦିଆଯାଇଛି | ଅହିରାଜ ସାପ ବିରଳ ଥିବା ବେଳେ ଏହାକୁ ଦେଖୁବାକୁ ଲୋକଙ୍କ ଭିଡ଼ ଜମିଥିଲା I             ଆର,ଉଦୟଗିରି ରୁ ମନୋଜ କୁମାର  ପାଢୀ

Post a Comment

Previous Post Next Post