ଜଳବନ୍ଦୀରେ ୩ ଗୋଟି ଗ୍ରାମ, ହରଭଙ୍ଗୀ ନଦୀରେ ଜଳସ୍ତର ବୃଦ୍ଧି

 


ଆର,ଉଦୟଗିରି ମୋ ନିୟୁଜ ଓଡିଶା (୨୯/୬/୨୦୨୪):ପ୍ରବଳ ବର୍ଷାରେ ଗଜପତି ଜିଲା ମୋହନା ଠାରେ ହରଭଙ୍ଗୀ ନଦୀରେ ଜଳସ୍ତ ବୃଦ୍ଧି ପାଇଛି. ଏଥିଯୋଗୁଁ ନଦୀ ଆରପଟରେ ରହିଥିବା ଗରଡ଼ମା ପଞ୍ଚାୟତର ମାଥାକୁମ୍ପା, ଲିମ୍ବାଡ଼, ନବକେଳୁ ଆଦି ୩ ଗ୍ରାମବାସୀ ଜଳବନ୍ଦୀ ଘେରରେ ରହିଛନ୍ତି । ବୁଧବାର ଅପରାହ୍ନରେ ପ୍ରବଳ ବର୍ଷା ହୋଇଥିଲା। ନଦୀ ଜଳସ୍ତର ବୃଦ୍ଧି ଯୋଗୁଁ ଲୋକେ ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଥ‌ିବା ଦେଖିବାକୁ ମିଳିଛି । ଏହି ନ‌ଦୀ ଉପରେ ପୋଲୋ ନିର୍ମାଣ ପାଇଁ ବହୁବାର ଦାବି କରିଛନ୍ତି ଗ୍ରାମବାସୀ । ତେବେ ପ୍ରଶାସନ ସେମାନଙ୍କ ଦାବିପ୍ରତି ଗୁରୁତ୍ବ ଦେଉନଥ‌ିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଆର,ଉଦୟଗିରି ରୁ  ମନୋଜ କୁମାର  ପାଢୀ

Post a Comment

Previous Post Next Post