ପାଣ୍ଡିୟlନଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିଜେପିର ସାମ୍ୱାଦିକ ସମ୍ମିଳନୀ



(ଗଞ୍ଜାମ ଜିଲ୍ଲା ବିରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍

ବ୍ରହ୍ମପୁର: ମୋ ନିୟୁଜ ଓଡିଶା ବ୍ରହ୍ମପୁର ଲାଞ୍ଜିପଲିସ୍ଥିତ ଜାତୀୟ ରାଜପଥ ପାର୍ଶ୍ବରେ ବିଜେପିର କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ଏବେକାର ବିଜେଡି ନେତା ଭି କେ ପାଣ୍ଡିୟlନ ବିଜେପିର ଲୋକସଭା ସଂସଦୀୟ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ବିରୁଦ୍ଧରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ବିଜେପି ନେତା ତଥା ବରିଷ୍ଠ ଆଇନଜିବୀ ପୀତବାସ ଙ୍କ ଦ୍ୱାରା ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜନ କରା ଯାଇଥିଲା। ଏଥିରେ ସେ ଏକ ପ୍ରବାଦ ମାଧ୍ୟମରେ କହିଥିଲେ ଆଲୋ ସଖି, ଆପଣା ମହତ ଆପେ ରଖି ଓ ଗୋଦରି ଲୋ ତୋ ଗୋଡ଼କୁ ଅନା,ଅର୍ଥାତ୍ ବିଜେଡିର ମାଳ ମାଳ ନେତା ନାନାଦି ଅପରାଧ ଓ ଦୁର୍ନୀତିରେ ଥିବା ବେଳେ ପଣ୍ଡିୟlନ ପ୍ରଦୀପ ଜେଲ ଯିବା କଥା କହିବା ଦୁର୍ଭାଗ୍ୟ ଜନକ ଓ ହାସ୍ୟlସ୍ପଦ । ବିଜେପିର ବିଜୟ ସୁନିଶ୍ଚିତ, ଏହା ଜାଣି ସlରିବା ପରେ ପlଣ୍ଡିୟlନଙ୍କ ନିଦ ହଜିଯିବl ସହିତ ବିଜେଡି ଔଷଧ ବିକଳରେ ତାଟିଆ କାମୁଡ଼ିଲା ଭଳି ହେଉଛି । ତେଣୁ ଆଗକୁ ପଣ୍ଡିୟlନ ଏଭଳି ବିବାଦୀୟ ମନ୍ତବ୍ୟକୁ ବନ୍ଦ କରିବା ସହିତ ବିଜେପି ଶାସନକୁ ଆସିଲେ ଜେଲ ଯିବାକୁ ପ୍ରସ୍ତୁତ ରହିବା ଆବଶ୍ୟକ ଉକ୍ତ ସାମ୍ୱାଦିକ ସମ୍ମିଳନୀରେ ସୂଚାଇ ଦିଆ ଯାଇଛି।

Post a Comment

Previous Post Next Post