ବ୍ରହ୍ମପୁର ବିଧାନସଭାର ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସଙ୍କ ନିର୍ବାଚନ ପ୍ରଚାର ଜୋର୍ ଧରିବାରେ ଲାଗିଛି


(ଗଞ୍ଜାମ ଜିଲ୍ଲା ବିରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ବ୍ରହ୍ମପୁର ବିଧାନସଭାର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଶିବଶଙ୍କର ଦାସଙ୍କ ନିର୍ବାଚନ ପ୍ରଚାର ଜୋର୍ ଧରିବାରେ ଲାଗିଛି । ଗୁରୁବାର ଦିନ ସହରର ମୁଖ୍ୟ ଛକ ଗୁଡିକ ବୁଲି ନିଜ ସମର୍ଥକଙ୍କ ସହ ପ୍ରଚାର କରିଥିବାବେଳେ ସନ୍ଧ୍ୟା ସମୟରେ ଶତାଧିକ ମହିଳା ସମର୍ଥକ ଙ୍କ ସହ ୱାର୍ଡ ନଂ ୧,୨, ୩ ଆଦି ବୁଲି ଭୋଟ ଭିକ୍ଷା କରିଛନ୍ତି। ଏହି ପ୍ରଚାରରେ ଶ୍ରୀଯୁକ୍ତ ଦାସଙ୍କ ଧର୍ମପତ୍ନୀ ଶ୍ରୀମତୀ ଆଶା କୁମାରୀ ଦାସ, ବରିଷ୍ଠ ସମାଜସେବୀକା ପ୍ରମିଳା ତ୍ରିପାଠୀ ମଧ୍ୟ ସାମିଲ ହୋଇଥିଲେ । ପ୍ରଚାର ସମୟରେ ଅଞ୍ଚଳବାସୀ ମାନେ ଫୁଲ ମାଳ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିବା ସହ ପାଛୋଟି ନେଇଥିଲେ । ୨ ନଂ ୱାର୍ଡର ହରିଡ଼ାଖଣ୍ଡି ଛକ ଠାରେ ୧୦୦୦ ରୁ ଉର୍ଦ୍ଧ ମହିଳା ଏକତ୍ରିତ ହୋଇ ଶିବ ଶଙ୍କର ଦାସଙ୍କୁ ଭେଟିବା ସହ ପ୍ରଚାରରେ ସାମିଲ ହୋଇ ନିଜର ଶତ ପ୍ରତିଶତ ସମର୍ଥନ ଦେଖାଇଥିଲେ । ଏହି ଅବସରରେ ପିଣ୍ଟୁ ଙ୍କୁ ବିପୁଳ ସମର୍ଥନ ମିଳିଥିବା ଦେଖିବାକୁ ମିଳିଥିଲା ।

Post a Comment

Previous Post Next Post