କଂଗ୍ରେସ ଛାଡିଲେ ଗଞ୍ଜାମ ଜିଲ୍ଲା ଓବିସି ସେଲ ଯୁବ କଂଗ୍ରେସ ସଭାପତି ।


ମୋ ନିୟୁଜ ଓଡିଶା  ଗଞ୍ଜାମ ଜିଲ୍ଲା କଂଗ୍ରେସର ଯୁବ ଚର୍ଚ୍ଚିତ ଚେହେରା ଆମୀର କୁମାର ଭୂୟାଁ କଂଗ୍ରେସ ଦଳରୁ ନିଜର ଇସ୍ପାତ ଦେଇଛନ୍ତି ।ଦୀର୍ଘ ବର୍ଷ ଧରି ସେ କଂଗ୍ରେସ ଦଳରେ ବହୁ ପଦ ପଦବୀରେ ରହି କଂଗ୍ରେସ ସଙ୍ଘଠନକୁ ଆଘକୁ ନେବାପାଇଁ ପ୍ରୟାସ କରିଆସିଛନ୍ତି ।ତାଙ୍କରି ନେତୃତ୍ୱରେ ଗଞ୍ଜାମ ଯୁବ କଂଗ୍ରେସରେ ଉତ୍ସାହ ସହ ନେତୃତ୍ୱରେ ବିରାଟ ପରିବର୍ତ୍ତନ ଆସିଥିଲା ।ବିଶେଷ କରି ଆସ୍କା ଲୋକସଭା କ୍ଷେତ୍ରରେ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିଜର ଲୋକ ପ୍ରିୟତା ସାଉଁଟି ଥିଲେ । ଆସ୍କା ଲୋକସଭା ରହିଥିବା ସାତଟି ବିଧାନସଭା ଯେପରିକି କବିସୂର୍ଯ୍ୟନଗର, ଆସ୍କା,ଖଲ୍ଲିକୋଟ, ସୋରଡ଼ା,ସାନଖେମୁଣ୍ଡି,ପୋଲସରା, ହିଞ୍ଜିଳି ରେ ନିଜର ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିଛନ୍ତି ।ଚଳିତ ନିର୍ବାଚନ ରେ ଆସ୍କା ଲୋକସଭା କ୍ଷେତ୍ରର ସାଂସଦ ପାର୍ଥି ରୂପେ ଆଶାୟୀ ଥିବା ବେଳେ କଂଗ୍ରେସ ଏଠାରେ ନବାଗତ ପାର୍ଥି ଙ୍କୁ ଟିକେଟ ପ୍ରଦାନ କରାଯାଇଛି ।ଯାହାରି ଫଳରେ ଅମୀୟ ସିଧାସଳଖ ରାଜ୍ୟ ନେତୃତ୍ୱରେ ଉପରେ ବର୍ଷିଛନ୍ତି ।ଦୀର୍ଘ ଦିନ ଧରି କଂଗ୍ରେସ ଦଳ ପାଇଁ ସଙ୍ଘଠନ କରିଥିବା ବ୍ୟକ୍ତିଙ୍କୁ ଦଳ ଅଣଦେଖା କରିବା ସହ ଟଙ୍କା ନେଇ ଟିକେଟ ପ୍ରଦାନ କରିଥିବା ସେ ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ଅମୀୟ କେଉଁ ନିଷ୍ପତ୍ତି ନେବେ ତାହାକୁ ଦେଖିବାକୁ ବାକିରହିଲା ।

Post a Comment

Previous Post Next Post