ଦୈନିକ ପ୍ରାପ୍ୟ ବଢ଼ାଇ ଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ୍ ଜଣାଇଲେ ଠିକା କର୍ମଚାରୀ।


ଗଜପତି ମୋ ନିୟୁଜ ଓଡିଶା ୬/୫/୨୦୨୪

ପାରଳାଖେମଣ୍ଡି  ଡିଭିଜନ  ସ୍ଥରୀୟ ବିଜୁ ଶ୍ରମିକ ସାମୁଖ୍ୟ ଅନୁବନ୍ଧିତ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ର ବୈଠକ ଛେଳିଗଡ ଗାଁରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଉପସ୍ଥିତ ଥିବା ସମସ୍ତ ଡିଭିଜନ କର୍ମଚାରୀ ମାନଙ୍କ ବୈଠକ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ଠିକା ସଂସ୍ଥା ରେ କାର୍ଯ୍ୟରତ ଥିବା କର୍ମଚାରୀ ମାନେ ଦରମା ବୃଦ୍ଧି ନେଇ ଦାବି କରି ଆସୁଥିଲେ। ଯାହାକି ଆଜି ସମସ୍ତ ବର୍ଗର ଠିକା କର୍ମଚାରୀଙ୍କ ଦରମା  ଏକା ଥରକେ ଦୈନିକ ୧୦୦ ଟଙ୍କା ବୃଦ୍ଧି କରି ଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଦୀର୍ଘବର୍ଷ ଧରି ଠିକାରେ କାର୍ଯ୍ଯରତ ଥିବା ଓଭରହେଡ ମେଣ୍ଟେନାନ୍ସ, ୩୩/୧୧ କେଭି ଷ୍ଟାକ୍ଚର,ମିଟର ରିଡ଼ିଙ୍ଗ ବିଦ୍ୟୁତ କର୍ମଚାରୀଙ୍କୁ ପ୍ରତିବର୍ଷ  ବହୁତ ସଂଖ୍ୟା ରେ କର୍ମଚାରୀଙ୍କ ନିୟମିତ କରିବା ପାଇଁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ ବିଗତ ଦିନର ଦାବିକୁ ଗୁରୁତ୍ୱପୂର୍ଣ ଭାବେ ନେବା ସହିତ କାଯ୍ୟକାରୀ କରିବାପାଇଁ ଚେଷ୍ଟା ଚଳାଇଛନ୍ତି ଯଥା ଶୀଘ୍ର ମୁଖ୍ୟମନ୍ତ୍ରୀ ଦାବି ପୁରଣ କରିବେ ବୋଲି ଆଶା ରଖିଛନ୍ତି।

Post a Comment

Previous Post Next Post