କାଶୀନଗର ଏନ୍ ଏ ସି ଅଧ୍ୟକ୍ଷାଙ୍କ ଘର ବାହୁଡା


ଗଜପତି ମୋ ନିୟୁଜ ଓଡିଶା , ୭ / ୫ /୨୪ - କାଶୀନଗର ଏନ୍ ଏ ସି ଅଧ୍ୟକ୍ଷା ଏମ୍ . ସୁଧାରାଣୀ ନିଜ ସମର୍ଥକଙ୍କ ସହ ପୁଣି ବି ଜେ ଡିକୁ ଫେରିଛନ୍ତି . ସୂଚନା ଯୋଗ୍ୟ ଯେ , ମାତ୍ର ଦୁଇ ସପ୍ତାହ ତଳେ ସ୍ଥାନୀୟ ତ୍ରିନାଥ ମନ୍ଦିର ନିକଟସ୍ଥ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ସେ ବି ଜେ ଡି ଛାଡି ବି ଜେ ପିରେ ଯୋଗ ଦେଇଥିଲେ . ତାଙ୍କୁ ପାରଳାଖେମୁଣ୍ଡି ବିଧାୟକ କେ . ନାରାୟଣ ରାଓ , ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ବି ଜେ ପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ଗଜପତି ଜିଲ୍ଲାସ୍ତରୀୟ ବହୁ ଦଳୀୟ ନେତା ଓ କର୍ମୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା . କିନ୍ତୁ ବି ଜେ ପିରେ ଯୋଗ ଦେବା ମୋର ଏକ ଭୁଲ୍ ନିଷ୍ପତ୍ତି ଥିଲା କହି ରବିବାର ଦିନ ସେ ପୁଣି ବି ଜେ ଡିକୁ ଫେରିଛନ୍ତି . ପାରଳାଖେମୁଣ୍ଡିସ୍ଥିତ ବି ଜେ ଡି ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି . ତିରୁପତ୍ତି ରାଓ , ଦଳର ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ , ପୂର୍ବତନ ବିଧାୟକ କେ . ସୂରିୟା ରାଓ , କାଶୀନଗର ଏନ୍ ଏ ସି ଉପାଧ୍ୟକ୍ଷ ରଘୁରାମ ସାହୁ , କାଶୀନଗର ପଂଚାୟତ ସମିତି ଅଧ୍ୟକ୍ଷା ବି . ସାୟାମ୍ମାଙ୍କ ସମେତ ବହୁ ଦଳୀୟ ନେତାଙ୍କ ଉପସ୍ଥିତିରେ ତାଙ୍କୁ ସ୍ୱାଗତ କରା ଯାଇଛି . କାଶୀନଗର ଏନ୍ ଏ ସି ଯୁବ ବି ଜେ ଡି ସଭାପତି ରାଜେଶ ମିସାଲ କହିଛନ୍ତି ଯେ . ଏମ୍ . ସୁଧାରାଣୀ ଜଣେ ରାଜନୈତିକ ଅନୁଭୂତି ସମ୍ପନ୍ନା ଜନାଧାର ଥିବା ନେତ୍ରୀ . ନିଜ ସମର୍ଥକଙ୍କ ସହ ବି ଜେ ଡିକୁ ତାଙ୍କର ପ୍ରତ୍ୟାବର୍ତ୍ତନ ଦଳ ପାଇଁ ଏକ ସୁଖଦ ଖବର . ତେବେ କାହିଁକି ହଠାତ ଏନ୍ ଏ ସି ଅଧ୍ୟକ୍ଷା ବି ଜେ ଡି ଛାଡି ବି ଜେ ପିରେ ଯୋଗ ଦେଲେ ଓ ମାତ୍ର ଦୁଇ ସପ୍ତାହ ଭିତରେ ପୁଣି ବି ଜେ ଡିକୁ ଫେରିଲେ , ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି .

Post a Comment

Previous Post Next Post