ପୋଲସରା
ମୋ ନିୟୁଜ ଓଡିଶା ଆସନ୍ତା ମେ ୨୦ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଆଜି ଆସିକା ସାଂସଦ ପ୍ରାର୍ଥୀ ଭାବେ ଅନିତା ଶୁଭଦର୍ଶୀନୀ ପଟ୍ଟନାୟକ ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଢୁଙ୍କାପଡା ସ୍ଥିତ ନିଜ ବାସଭବନ ଠାରୁ ବିଜେପି କର୍ମୀ ମାନଙ୍କୁ ନେଇ ଶୋଭାଯାତ୍ରା ରେ ବାହାରି ପ୍ରଥମେ ମାଁ ସିଂହାସନୀ ପୀଠରେ ମାଁ ଙ୍କ ଆଶ୍ରୀପାଦ ଗ୍ରହଣ କରି ପରବର୍ତ୍ତୀ ସମୟରେ କୋଦଳା ଦଣ୍ଡେଶ୍ବର ପୀଠକୁ ଯାଇ ବାବଙ୍କ ଦର୍ଶନ ଲାଭକାରୀ ଖଲ୍ଲିକୋଟ ହୋଇ ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି କିଛି ସମର୍ଥକ ମାନଙ୍କ ଉପସ୍ଥିତି ରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସାଂସଦ ପ୍ରାର୍ଥୀନୀ ଅନିତା ଶୁଭଦର୍ଶୀନୀ ପଟ୍ଟନାୟକ।ଘୁମୁସର ସାଙ୍ଗଠନିକ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା, ସୁଶ୍ରୀ ଆରତୀ ଦେବୀ, ଯୁବମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ, ରୋହିତ ପ୍ରଧାନ, ସୁଶାନ୍ତ କୁମାର ମଳିକ,ପୃଥିବୀରାଜ ଭଞ୍ଜଦେଓ, ନିଳମାଧବ ସାହୁ,ସିମାଞ୍ଚଳ ସାହୁ,କାହ୍ନୁ ଖଟେଇ ସମେତ ହଜାର ହଜାର ବିଜେପି କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।
Tags:
ରାଜନୀତି