ମୋହନା ନିର୍ବାଚନ ମଣ୍ଡଳୀରେ ବିଜେଡିର ଶକ୍ତି ପ୍ରଦର୍ଶନ ନିର୍ବାଚନ ପ୍ରଚାର।


 ମୋହନା ମୋ ନିୟୁଜ ଓଡିଶା -୩/୫/୨୦୨୪/  ନିର୍ବାଚନ ଯେତେ ପାଖେଇ ଆସୁଛି ସବୁ ଦଳରେ ନିର୍ବାଚନ ପ୍ରଚାର ସେତେ ଜୋରସୋର ହେବାରେ ଲାଗିଛି। ହେଲେ ମୋହନା ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଓ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ପ୍ରଚାର ଢଙ୍ଗି ଆଉ ଟିକେ ନିଆରା।  ପାଞ୍ଚ ହଜାର ବାଇକରାଲି ସହ ଶହେରୁ ଦେଡ ଶହ ଚାରି ଚକିଆର ଲମ୍ବାଲାଇନ ସହ ପ୍ରଚାରଗାଡି ରୋଡ ଶୋ। ଏଇ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ବିଜେଡି ସଭାପତିଙ୍କ ସମେତ ବହୁ ଜଣାଶୁଣା ବିଜେଡି କର୍ମୀ ଓ ସରପଞ୍ଚ ସମିତି ସଭ୍ୟ,ଓ୍ବାର୍ଡ ସଭ୍ୟ ଓ ପଦାଧିକାରୀ ମାନଙ୍କ ସହିତ ଅନେକ ଯୁବଗୋଷ୍ଠୀ ଏଥିରେ ସାମିଲ ଥିଲେ। ଏଇ ରାଲି ମହେନ୍ଦ୍ରଗଡ଼,ଛେଳିଗଡ,ରା ଉଦୟଗିରି,ତାବରଡା,ଲେଙ୍ଗେ ଓ ନୂଆଗଡ ଏବଂ ପରେ ବଡପଦା,ମାର୍ଲବା, ରାୟଗଡ,ପଦ୍ମପୁର, କୃଷ୍ଣପୁର ଓ ନାରାୟଣପୁର ପହଞ୍ଚିଥିଲା। ପ୍ରତି ଗାଁର ଛକେଛକେ ମହିଳା ପୁରୁଷ ଏକତ୍ରିତ ଫୁଲମାଳ ଦେଇ ଓ ଫୁଲବର୍ଷା ସହ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ଡାକବାଜି ଯନ୍ତ୍ର ସାହାଯ୍ୟରେ ଉଭୟେ ଶ୍ରୀ ଗମାଙ୍ଗ ଓ ଶ୍ରୀ ବକ୍ସିପାତ୍ର ଯୋଡି ଶଙ୍ଖରେ ଭୋଟ ଦେବା ଲାଗି ଲୋକଙ୍କୁ ଅନୁରୋଧ କରିଥିଲେ। 

    ଗଜପତି ଜିଲା ଆର, ଉଦୟଗିରି ରୁ ମନୋଜ କୁମାର  ପାଢୀ

Post a Comment

Previous Post Next Post