ବଡ଼ ଖରିଡା ଠାରେ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି

ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ନିକଟସ୍ଥ ବଡ଼ ଖରିଡା କାଳେଶ୍ବର ମନ୍ଦିର ନିକଟରେ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ ବାଣନଇ ଗ୍ରାମର ୨୬ ବର୍ଷୀୟ ବଣ୍ଟି ବାରିକ। କାଳେଶ୍ବର ପୀଠରେ ଯଜ୍ଞ ଚାଲିଥିବାରୁ ସେଠାକୁ ବଣ୍ଟି ଦେଖିବା ଲାଗି ଯାଇଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ତାଙ୍କୁ ସଂଘବଦ୍ଧ ଭାବେ କିଛି ଯୁବକ ଖଣ୍ଡାରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡମେଡିକାଲରେ ଭର୍ତ୍ତି କରାଯାଇଛି।

ଖବର ପାଇ ପୁରୁଷୋତ୍ତମପୁର ଏସ୍‌ଡିପିଓ ରଜନୀକାନ୍ତ ଘଟଣାର ତଦନ୍ତ କରିଛି। ବଣ୍ଟି ନାମରେ ପୂର୍ବରୁ କବିସୂର୍ଯନଗର ଥାନାରେ ବହୁ ମାମଲା ରହଛି, ଯାହାଦ୍ବାରା ସେ ଗ୍ରାମଛାଡି ଫେରାର ହୋଇଯାଇଥିବା ବେଳେ ରବିବାର ଆସିଥିଲା ବୋଲି ଏସ୍‌ଡିପିଓ କହିଛନ୍ତି।

Post a Comment

Previous Post Next Post