ରଥଖଳା ଠାରେ ଆଗେଇ ଚାଲିଛି ରଥ ନିର୍ମାଣ କାମ

ମୋ ନିୟୁଜ ଓଡିଶା ପୁରୀ ଶ୍ରୀନଅର ସାମ୍ନା ରଥଖଳାରେ ଚାଲିଛି ରଥ ନିର୍ମାଣ କାମ । ନିହାଣ ଓ ମୁଗୁର ମାଡ଼ରେ ସୃଷ୍ଟି ହୋଇଛି ଭିନ୍ନ ପରିବେଶ । ରବିବାର ପୂର୍ବାହ୍ନରେ  ରଥଖଳା ଠାରେ ଗୁଜରେ ରୂପ ଖୋଦେଇ କାର୍ଯ୍ୟ ଆରମ୍ଭ ହୋଇଛି।  ଦୋଳବେଦୀ ଅସ୍ଥାୟୀ କମାର ଶାଳ ଠାରେ ଅର କଣ୍ଟା, ତୁମ୍ବର ବାହ୍ୟ ବଳା ଏବଂ ପନ୍ଦାରି ଚାବି ନିର୍ମାଣ ଜାରୀ ରଖିଛନ୍ତି ।

ଏଥି ସହ ରବିବାର ତିନି ରଥର ୫ଟି ଲେଖାଏଁ ଚକ ନିର୍ମାଣ ମଧ୍ୟ ଶେଷ ହୋଇଛି ।

ଆସନ୍ତା ୨୯ ତାରିଖରେ ପବିତ୍ର ଭଉଁରୀ ତିଥିରେ ଚକ ସହିତ ଅଖ ସଂଯୋଗ ହେବ।  ଏଥି ପାଇଁ ତିନି ରଥର ଗୋଟିଏ ଲେଖାଏଁ ନାହାକା ଅଖର ଅନୁକୂଳ ପୂଜା ସମ୍ପନ୍ନ ହେବା ସହ ଅଖର ଉଭୟ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ଶେଷ ହୋଇଅଛି ।

Post a Comment

Previous Post Next Post