ଯୁକ୍ତ ୨ ପରୀକ୍ଷାରେ ରେକର୍ଡ ପାସ ହାରରେ ଉତ୍ତୀର୍ଣ୍ଣ ହୋଇ ସୁନାମ ଆଣିଲେ ବ୍ରହ୍ମପୁର ଜୟପ୍ରକାଶ ନଗର ନାଳନ୍ଦାଶ୍ରୀ ଛାତ୍ର ଛାତ୍ରୀ

(ଗଞ୍ଜାମ ଜିଲ୍ଲା ବିରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ

ବ୍ରହ୍ମପୁର ମୋ ନିୟୁଜ ଓଡିଶା :ସ୍ଥାନୀୟ ଜୟପ୍ରକାଶନଗର ୨ଲାଇନ୍  ସ୍ଥିତ "ନାଳନ୍ଦାଶ୍ରୀ ହୟର୍ ସେକାଣ୍ତାରୀ "ସ୍କୁଲରେ ଚଳିତବର୍ଷର ବିଜ୍ଞାନ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଅନୁଷ୍ଠାନର ବିଦ୍ଯାର୍ଥୀମାନେ ଶତପ୍ରତିଶତ ସଫଳତାସହ ସମସ୍ତଛାତ୍ର‐ଛାତ୍ରୀ ପ୍ରାୟ୬୦ପ୍ରତିଶତରୁ ଅଧିକମାର୍କ ରଖି ଉତ୍ତୀର୍ଣ୍ଣହୋଇଛନ୍ତି ।ଅନୁଷ୍ଠାନର ଚେୟାରମେନ୍ ତଥା ପ୍ରତିଷ୍ଠାତା କାଳିଚରଣସାହୁ କହାଛନ୍ତିଯେ ଅନୁଷ୍ଠାନର ମୋଟ ୪୯୯ ଜଣ ପରୀକ୍ଷାର୍ଥି ପରୀକ୍ଷା ଦେଇଥିଲେ ସେଥିମଧ୍ଯରୁ A-1 ୦୯ଜଣ ଅର୍ଥାତ୍ ୯୦ ପ୍ରତିଶତରୁ ଅଧିକମାର୍କ ଆଣି ଉଲ୍ଲେଖନୀୟ ସଫଳତା ହାସଲକରିଛନ୍ତି । ଏହିଭଳି ସଫଳତା ପାଇବାରେଉକ୍ତ ଅନୁଷ୍ଠାନ ଦକ୍ଷିଣ ଓଡିଶାରେ୨ୟ ସ୍ଥାନ ଅଧିକାର କରିଥିବାରୁ ଏକ ସ୍ଦତନ୍ତ୍ରଶିକ୍ଷାନୁଷ୍ଠାନରୂପେ ପରିଚିତ ହୋଇଛି ।କ୍ରୁତୀ ବିଦ୍ଯାର୍ଥୀଙ୍କ ମଧ୍ଯରେ ଯସ୍ମିନ୍ ପାଣିଗ୍ରାହୀ ୫୬୬ ସର୍ବାଧିକ ମାର୍କରଖି ଦକ୍ଷିଣ ଓଡିଶାରେ ୨ୟ ସ୍ଥାନ ଅଧିକାର କରି କଲେଜ୍ ର "ଶ୍ରୀ" ବର୍ଦ୍ଧନ କରିଛନ୍ତି ଏବଂ ସେହିପରି ରାଜଲକ୍ଷ୍ମୀ ନାୟକ ୫୫୬, ସଂଜ୍ଞାଦେବୀ ଜେନା ୫୫୪, ଶୁଭମ୍ ପାତ୍ର ୫୪୯,  କାବେରୀ ଦାଶ ୫୪୭, ରୁଦ୍ରପ୍ରସାଦ ପ୍ରଧାନ ୫୪୬, ସନ୍ଥୋଷିନୀ ପଲାଇ ୫୪୬, ହିମାଂଶୁ ମଲ୍ଲୀକ ୫୪୨, ପି. ପୂର୍ଣ୍ଣିମା ପାତ୍ର ୫୪୦ ଓ ସେହିପରି ୪୬ଜଣ ଛାତ୍ର‐ଛାତ୍ରୀ ୫୦୦ ରୁ ଉର୍ଦ୍ଦ ମାର୍କ ରଖି ଅନୁଷ୍ଠାନକୁ ଗୌରବାନ୍ବିତ କରିଛନ୍ତି  । ଅନୁଷ୍ଠାନର ସମସ୍ତ ଅଧ୍ଯାପକ‐ଅଧ୍ଯାପିକାଙ୍କ ଉନ୍ନତମାନରଁଶିକ୍ଷା ପଦ୍ଧତି ଏବଂ ହଷ୍ଟେଲ୍ ଇନ୍ ଚାର୍ଜ ମାର୍କେଟିଙ୍ଗ୍ ଷ୍ଟାଫ୍ ଯୋଗୁଁ ଉକ୍ତ ସଫଳତା ସମ୍ଭବ ହୋଇପାରିଛି ବୋଲି ଅନୁଷ୍ଠାନର ଚେୟାରମେନ୍ କାଳିଚରଣ ସାହୁ କହିଛନ୍ତି । କଲେଜର ଡାଇରେକ୍ଟର ଉମାକାନ୍ତ ପାତ୍ର ଓ ଅଧ୍ଯକ୍ଷ ମନୋଜ୍ କୁମାର ସାହୁ ଏହି ସଫଳତାପାଇଁ ସମସ୍ତ ଛାତ୍ର‐ଛାତ୍ରୀଙ୍କୁ ଶୁଭେଛା ଜଣାଇଛନ୍ତି l

Post a Comment

Previous Post Next Post