ଗ୍ରାମେଶ୍ବରୀ ଶ୍ରୀ ଶ୍ରୀ ଜେନାମଣୀ ଦେବୀଙ୍କ ମନ୍ଦିର ଜୀର୍ଣ୍ଣୋଦ୍ଧାର ମହୋତ୍ସବ ପୂର୍ଣ୍ଣାହୂତି





ମହିନ୍ଦ୍ରପୁର ଶାସନର ମା ଜେନାମଣୀ ଠାକୁରାଣୀଙ୍କ ମନ୍ଦିର ଜୀର୍ଣ୍ଣୋଦ୍ଧାର ମହୋତ୍ସବ ପୂର୍ଣ୍ଣାହୂତି ହୋଇଯାଇଛି। ଏହି ଉତ୍ସବ ତା ୯/୦୪/୨୦୨୪ ଠାରୁ ୧୨/୦୪/୨୦୨୪ ଚାରିଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଆଜିର ପୂର୍ଣ୍ଣାହୂତି ଦିବସରେ ପ୍ରାତଃ ସୂର୍ଯ୍ୟପୂଜା,ଶାଲାପୂଜା,ପ୍ରାସାଦ୍ୟନ୍ୟସ ହୋମ, ପ୍ରତିମା ସ୍ଥାପନା ପରେ ପୂର୍ଣ୍ଣାହୂତି ସହ ଶେଷରେ ଭକ୍ତମାନେ ପ୍ରସାଦ ସେବନ କରିଥିଲେ।

ସଭାପତି, ଡ଼ଃ ସୁବୋଧ ମିଶ୍ର, ସମ୍ପାଦକ,ବିମଳ ମିଶ୍ର, କୋଷାଧ୍ୟକ୍ଷ, ଭାଷ୍କର ଚନ୍ଦ୍ର ପ୍ରଧାନ ଓ ସମସ୍ତ ଗ୍ରାମବାସୀ ମାନଙ୍କ ସହଯୋଗ ରେ ଶାନ୍ତି ଶୃଙ୍ଖଳା ରେ ସମାପନ ହୋଇଅଛି।  ଗ୍ରାମ ଏବଂ ଆଖପାଖ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସମୂହ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ମା'ଙ୍କ କୃପା ଲାଭ କରିଥିଲେ। ଗ୍ରାମର କିଛି ଉଦୀୟମାନ ଯୁବକ ଯଥା ଅନ୍ତରୀ,ଅନିତ,ବାପି, ଲଳିତ ମିଶ୍ର, ଶେଷ ଦେବ,ମନୋଜ, ଅନ୍ୟମାନଙ୍କ ସହଯୋଗ ଗ୍ରାମବାସୀ ପାଇଥିଲେ। ମନ୍ଦିର ନିର୍ମାଣ ଆରମ୍ଭ ରୁ ପ୍ରତିଷ୍ଠା ଶେଷ ପର୍ଯ୍ୟନ୍ତ ବିଶେଷ ସହଯୋଗ ମାନସ ତ୍ରିପାଠୀ କରିଥିଲେ। ମୂଖ୍ୟ ପୂଜକ ପଣ୍ଡିତ  ସୁରେଶ କୁମାର ନନ୍ଦ, ପୂଜକ ସାନ୍ୱନୁ ମିଶ୍ର, ପୂଜକ ଅଖ୍ୟୟ କୁମାର ମିଶ୍ର, ପୂଜକ ସରଜ ଶତପଥୀ, ପୂଜକ ବିମଳ ମିଶ୍ର, ପୂଜକ ମନୋରଞ୍ଜନ ମିଶ୍ର। କର୍ତ୍ତା କମଳ ମିଶ୍ର, କର୍ତ୍ତୀ ମମତା ଶତପଥୀ

ଓ ମହିନ୍ଦ୍ରପୁର ଶାସନର ଗ୍ରାମବାସୀ ସହଯୋଗ କରିଥିଲେ।

Post a Comment

Previous Post Next Post