ଢେଙ୍କାନାଳ ବାଜିଚୌକସ୍ଥିତ ଓଭର୍ ବ୍ରିଜ୍ ତଳେ ମା’ ବାଟ ମଙ୍ଗଳାଙ୍କ ନୂତନ ମନ୍ଦିର ବିଗ୍ରହ ସ୍ଥାପନ ଉତ୍ସବ ପୂର୍ଣ୍ଣାହୂତି ହୋଇଯାଇଛି।ଏହା ଉତ୍ସବ ୦୯/୦୪/୨୪ ରୁ ଆରମ୍ଭ ହୋଇ ୧୨/୦୪/୨୦୨୪ ରେ ଶେଷ ବା ପୂର୍ଣ୍ଣାହୂତି ହୋଇଯାଇଛି। ଆଜି ପ୍ରାତଃ ରୁ ସୂର୍ଯ୍ୟ ପୂଜା, ଗୋ ପୂଜା, ଦେବତାଙ୍କ ଜୀବନ୍ୟାସ ଓ ପ୍ରାଣ ପ୍ରତିଷ୍ଠା, ମନ୍ଦିର ରେ ଦିଅ ପ୍ରଵେଶ ସିଂହାସନ ବିଜେ, ଶାଲାପୂଜା, ଦିଅ ପୂଜା, ପୂର୍ଣ୍ଣାହୂତି, ଆଳତି ଓ ପ୍ରସାଦ ସେବନ କରିଥିଲେ। ପ୍ରଥମ ଦିନ ରେ ଅଙ୍କୁରାରୋପଣ ଓ ପରେ କଳସ ଯାତ୍ରା କମଗରା ଘାଟ ଠାରୁ ପୂଜାର୍ଚ୍ଚନା କରାଯାଇ ସଂକୀର୍ତନ ସହ ଏବଂ ବାଦ୍ୟ ଦ୍ବାରା ସହର ପରିକ୍ରମା କରି ମନ୍ଦିର ପ୍ରାଙ୍ଗଣରେ ସ୍ଥାପନ ହୋଇ ଅଧିବାସ କାର୍ଯ୍ୟ ଆରମ୍ଭ ହୋଇଥିଲା । ୧୧ ତାରିଖ ପ୍ରାତଃ ରୁ ସୂର୍ଯ୍ୟ ପୂଜା ଗୋ ପୂଜା ଯଜ୍ଞ କର୍ମ ଦେବତା ମହାସ୍ନାନ ଚଣ୍ଡୀ ଯଜ୍ଞ ଶୟନ ଆଳତି ହୋଇଥିଲା। ଅନୁଗୁଳର ମୁଖ୍ୟ ପୂଜକ ଅଶୋକ କର ଓ ତାଙ୍କ ସାଥୀମାନେ ସମସ୍ତ ପୁଜାକୁ ସୂଚାର ରୂପେ କରୁଥିବାବେଳେ କର୍ତ୍ତା ରୁନିଆ ସାହୁ, ସଭାପତି ଶ୍ରୀକାନ୍ତ ରଣା, ଉପସଭାପତି ନିର୍ମଳ ରାଉତ, କୋଷାଧ୍ୟକ୍ଷ ଜିତେନ୍ଦ୍ର ବେହେରା, କର୍ମକର୍ତା ଶଶି ପାଣ୍ଡେ, ମେଘନାଦ ସାହୁ, ଅମିତ୍ ପାଣ୍ଡେ, ଆଶୁତୋଷ ଦାସ, ମନୋରଞ୍ଜନ ଜେନା, ମଦନ ବେହେରା, ପିନୁ ରାଉତ, ବିଶ୍ୱଜିତ୍ ବେହେରା, ତୁଷାର ମଲ୍ଲିକ, ଗୁଡୁ ସିଂ, ଶିବୁ ରାଉତ ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।
Tags:
ଆଞ୍ଚଳିକ


