କେନାଲ ରେ ପଡି ଯୁବକ ମୃତ୍ୟୁ ଅଭିଯୋଗ
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ଏସ. ଛଚିନା ପଂଚାୟତର ବେଲପଡା ଓ ରାଗପୁର ଗ୍ରାମ ମଧ୍ୟରେ ଥିବା କେନାଲ ରେ ପଡି ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ବେଲପଡା ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ବେହେରା ଙ୍କ ପୁଅ ବୁଲୁ ବେହେରା ସକାଳେ କେନାଲକୁ ଯାଇଥିଲେ। କେନାଲ ନିକଟରେ ଥିବା ଏକ ପୋଲ ତଳକୁ ଖସିପଡ଼ି ଥିଲେ । କିଛି ସମୟ ପରେ କେହି ଦେଖି ତାଙ୍କ ଘରକୁ ଖବର ଦେଇଥିଲେ । ବୁଲୁର ଭଉଣୀ ଲକ୍ଷ୍ମୀ ବେହେରା ବେଗୁନିଆପଡା ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ପାଣିରୁ ବାହାର କରି ଅପମୃତ୍ୟୁ ମାମଲା 5/2024 ରେ ରୁଜୁ କରି ବ୍ୟବଛେଦ ପାଇଁ ପଠାଇଵା ସହ ତଦନ୍ତ ଜାରିରଖିଛି । କେନାଲ ରେ ବୁଡି ବୁଲୁ ମୃତ୍ୟୁ ବରଣ କରିଥିବା ପରିବାର ଲୋକେ ସନ୍ଦେହ କରୁଥିବା ବେଳେ ତଦନ୍ତ ରିପୋର୍ଟ ଓ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଅଧିକାରୀ ଅଶୋକ କୁମାର ହାଁସଦା ସୂଚନା ଦେଇଛନ୍ତି ।