ଆସିକା : ଗଞ୍ଜାମ ଜିଲ୍ଲା ଆସିକା ନିର୍ବାଚନ ମଣ୍ଡଳୀରେ ଏକ ବଡ ପରିବର୍ତ୍ତନ ହୋଈଛି। ଯାହାକୁ ନେଈ ଆସିକା ବିଧାନସଭା ଟିକଟ ପାଇଁ ଚର୍ଚ୍ଚା ରେ ଥିବା ହରେକୃଷ୍ଣ ମଲ୍ଲିକ ଙ୍କୁ ଶେଷରେ ରାଜ୍ୟ ସରକାର ବିଜେଡି ଦଳର ରାଜ୍ୟ ସମ୍ପାଦକ ରୂପେ ଚୟନ କରିଛନ୍ତି। ହରେକୃଷ୍ଣ ମଲ୍ଲିକ ହେଉଛନ୍ତି ଆସିକା ନିର୍ବାଚନ ମଣ୍ଡଳୀ ର ଜଣେ ଜଣାଶୁଣା ଟାଣୁଆ ନେତା ସମାଜସେବୀ,ଯୁବ କ୍ରୀଡା ପ୍ରେମୀ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକ ଙ୍କ ନେତୃତ୍ବରେ ୨୦୦୪ ରେ ଆସିକା ନିର୍ବାଚନ ମଣ୍ଡଳୀ ର ସ୍ଵାଭିମାନୀ ଟାଣୁଆ ଛାତ୍ର ଆନ୍ଦୋଳନ ରୁ ରାଜନୀତି ଆରମ୍ଭ କରିଥିବା ସରୋଜ କୁମାର ପାଢୀ ଙ୍କୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ନିଭାଇଥିଲେ। ୨୦୧୯ ରେ ଆସିକା ଲୋକସଭା କ୍ଷେତ୍ର ର ପ୍ରାର୍ଥୀନୀ ଭାବେ ବିଜେଡି ଦଳରୁ ସାଂସଦ ପ୍ରମିଳା ବିଷୋୟୀ ଙ୍କୁ ଟିକଟ ମିଳିଥିଲା ପ୍ରମିଳା ବିଷୋୟୀ ଙ୍କୁ ଟିକଟ ମିଳିବାରେ ମୁଖ୍ୟ ହାତ ଥିଲା ପୂର୍ବତନ ବିଜେଡି ବିଧାୟକ ବର୍ତମାନ ର ବ୍ରହ୍ମପୁର ଲୋକସଭା ଭାରତୀୟ ଜନତା ଦଳ ର ପ୍ରାର୍ଥୀ ଡ଼ା.ପ୍ରଦୀପ କୁମାର ପାଣିଗ୍ରାହୀ। ଆସିକା ସାଂସଦ ପ୍ରମିଳା ବିଷୋୟୀ ଙ୍କୁ ମଧ୍ୟ ଲକ୍ଷାଧିକ ଭୋଟରେ ବିଜୟୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ହରେକୃଷ୍ଣ ମଲ୍ଲିକ। ତାଙ୍କ ନେତୃତ୍ଵରେ ଆସିକା ରେ ବିଜେଡି ଦଳ ର ଭଲ ସଂଗଠନ ଅଛି।୨୦୨୪ ରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନୀ ମୈଦାନ କୁ ଓହ୍ଲାଇବାକୁ ନିଜର ସମର୍ଥକ ମାନଙ୍କୁ ନେଇ ଆନ୍ଦୋଳନ କରିଥିଲେ।୨୦୨୪ ଆସିକା ବିଧାନ ସଭା ଟିକଟ ପାଇଁ ମଧ୍ୟ ଲବିରେ ଥିଲେ। ଆସିକା ବିଧାନ ସଭା ଟିକଟ ମିଳି ନଥିଲା ଆସିକା ର ବର୍ତ୍ତମାନ ବିଧାୟିକା ମଞୁଳା ସ୍ଵାଇଁ ଙ୍କ କାର୍ଯ୍ୟକ୍ରମ ଦେଖି ପୁଣିଥରେ ନବୀନ ପଟ୍ଟନାୟକ ମଞ୍ଜୁଳା ସ୍ଵାଇଁ ଙ୍କୁ ଆସିକା ବିଧାନସଭା ଟିକଟ ଦେଈ ଦେଲେ। ୨୦୨୦ ରୁ ୨୦୦୪ କୁ ଛାଡିଦେଲେ ଆସିକା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ଦେବରାଜ ମହାନ୍ତି ଲଗାତାର ଭାବେ ବିଜୟୀ ହୋଈ ଆସୁଥିଲେ ହଠାତ୍ ଆସିକା ନିର୍ବାଚନ ମଣ୍ଡଳୀ ର ଟାଣୁଆ ନେତା ମାନେ ଏକଜୁଟ ହୋଈ ଦେବରାଜ ମହାନ୍ତି ହଟାଅ ନାରା ଦେଈଥିଲେ। ଦେବରାଜ ହଟାଅ ନାରା ମଧ୍ୟ କାମ ଦେଇଥିଲା ୨୦୧୯ ରେ ଦେବରାଜ ମହାନ୍ତି ଙ୍କୁ ଦଳୀୟ ଟିକଟ ମିଳିନଥିଲା ତାଙ୍କ ସ୍ଥାନ ରେ ଆସିକା ର ପୂର୍ବତନ ସାଂସଦ ଲଡୁ କିଶୋର ସ୍ଵାଇଁ ଙ୍କ ଧର୍ମ ପତ୍ନୀ ମଞୁଳା ସ୍ଵାଇଁ ଙ୍କୁ ବିଜେଡି ଟିକଟ ମିଳିଥିଲା ମଞ୍ଜୁଳା ସ୍ଵାଇଁ ଙ୍କୁ ମଧ୍ୟ ଜିତାଇବାରେ ହରେକୃଷ୍ଣ ମଲ୍ଲିକ ଙ୍କ ପ୍ରମୁଖ ଭୁମିକା ଥିଲା ୨୦୧୯ ବିଧାନସଭା ବିଜେପି ପ୍ରାର୍ଥୀ ଭାବେ ଦେବରାଜ ମହାନ୍ତି ଆସିକା ନିର୍ବାଚନ ମଣ୍ଡଳୀରୁ ଲଢି ବିଧାୟିକା ମଞୁଳା ସ୍ଵାଇଁ ଙ୍କ ଠାରୁ ପରାଜିତ ହୋଇଥିଲେ। ଯେଉଁ ଆଶା ନେଈ ଦେବରାଜ ମହାନ୍ତି ବିଜେପିରୁ ବିଧାନସଭା ଟିକଟ ପାଇ ଲଡିବା ପାଇଁ ଇଛା ଥିଲା ପୁଣିଥରେ ଦେବରାଜ ମହାନ୍ତି ଙ୍କୁ ନିରାଶ ହବାକୁ ପଡ଼ିଛି। ୨୦୨୪ ପାଇଁ ଭାରତୀୟ ଜନତା ପାର୍ଟି ଆସିକା ବିଧାୟକ ପ୍ରାର୍ଥୀ ବିଧିବଦ୍ଧ ଭାବେ ଘୋଷଣା କଲା ପୂର୍ବତନ ବିଧାୟକ ସରୋଜ କୁମାର ପାଢୀ ଙ୍କ ନାମ ଘୋଷଣା ହବାର କିଛି ପରେ ବିଜେପି ର ପୂର୍ବତନ ବିଧାୟକ ପ୍ରାର୍ଥୀ ଦେବରାଜ ମହାନ୍ତି ଦଳ ଛାଡି ଚୂପ ଥିବାବେଳେ। ଆସିକା ରେ ଯୋର ସୋର ଭାବେ ଆଲୋଚନା ଚାଲିଥିଲା ଆସିକା ର ପୂର୍ବତନ ବିଧାୟକ ସରୋଜ କୁମାର ପାଢୀ ଙ୍କୁ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲୀକ ସାହାଯ୍ୟ କରିବେ କି..? ଦେବରାଜ ମହାନ୍ତି ଯିବେ କୁଆଡେ ଏମିତି ଅନେକ ପ୍ରଶ୍ନବାଣରେ ଆସିକା ନିର୍ବାଚନ ମଣ୍ଡଳୀ ର ଜନତା ମାନେ।ଆଜି ଏହାର ଅନ୍ତ ଘଟିଛି ହରେକୃଷ୍ଣ ମଲ୍ଲିକଙ୍କୁ ବିଜୁ ଜନତା ଦଳ ର ରାଜ୍ୟ ସମ୍ପାଦକ ପଦ ମିଳିବା ପରେ ହରେକୃଷ୍ଣ ମଲ୍ଲିକ ବହୁତ ଖୁସି ଅଛନ୍ତି ଏବଂ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବ୍ରହ୍ମପୁର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ, ଆସିକା ବିଧାୟିକା ମଞୁଳା ସ୍ଵାଇଁ, ଗଞ୍ଜାମ ଜୋନ ସଭାପତି ନଚିକେତା ସ୍ବାଇଁ, ଗଞ୍ଜାମ ଜିଲ୍ଲା ସଭାପତି ଡ଼ା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏବଂ ଗଞ୍ଜାମ ଜିଲ୍ଲାର ସମସ୍ତ ବିଜେଡି ନେତା ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।୨୦୨୪ ଓଡ଼ିଶା ରେ ହେବାକୁ ଯାଉଥିବା ଆସିକା ବିଧାନସଭା ଓ ଲୋକସଭା କୁ ହରେକୃଷ୍ଣ ମଲ୍ଲିକ କିଭଳି ଭାବେ ଗୋଟି ଚାଳନା କରିବେ ଦେଖିବାକୁ ବାକି ରହିଲା