ସୁମଣ୍ଡଳରେ ଚୋରା ମଦର ବନ୍ଯା! ନିଦାବିଷ୍ଣୁ ସାଜିଛି ବେଗୁନିଆପଡ଼ା ପୋଲିସ

 


କୋଦଳା (୧୧/୦୪/୨୦୨୩) 

ସାଧାରଣ ନିର୍ବାଚନ ପୂର୍ବରୁ ଚୋରା ମଦ କାରବାର ଉପରେ ନିୟନ୍ତ୍ରଣ କରି ପାରୁନି ପୋଲିସ ଓ ଅବକାରୀ ବିଭାଗ। ଫଳରେ ବିଭିନ୍ନ ସ୍ଥାନରେ ଚୋରା ମଦ କାରବାର ବେଫିକର ଭାବେ ଚାଲିଥିବା ବେଳେ ସାଧାରଣରେ ଏନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି।

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ସୁମଣ୍ଡଳ ଏବେ ଚୋରା ମଦର ହବ୍ ପାଲଟିଛି। ସୁମଣ୍ଡଳ ବଜାର ସମେତ ଉକ୍ତ ପଞ୍ଚାୟତର ଗଳି କନ୍ଦିରେ ଚୋରା ମଦ କାରବାର ବୃଦ୍ଧି ପାଇଛି। ଖୁଲମଖୁଲା ପାନ ଦୋକାନ ଗୁଡିକଠୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚୋରା ମଦ ବିକ୍ରି ହେଉଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏନେଇ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନାହିଁ। ନିର୍ବାଚନ ଥିବାରୁ ଗାଁ ଗାଁ ରେ ରାଜନୀତି ସରଗରମ ହୋଇଥିବା ବେଳେ ଭୋଜି ଭାତ ମଦ ମାଂସର ଆସର ଚାଲିବା ଆରମ୍ଭ ହୋଇ ଯାଇଛି। ତେବେ ଚୋରାମଦ କାରବାର ବିଷୟରେ ଜାଣି ମଧ୍ୟ ପୋଲିସ ଓ ପ୍ରଶାସନ ନିଦବିଷ୍ଣୁ ସାଜିଛି। ମଦ୍ୟପଙ୍କ ପ୍ରାଦୁର୍ଭାବରୁ ସାମାଜିକ ଚଳଣି ବାଧାପ୍ରାପ୍ତ ହେବା ସହିତ କୋମଳମତି ପିଲାଙ୍କ ଉପରେ ଏହାର କୁପ୍ରବାହ ପଡୁଛି। ଚୋରାମଦ କାରବାର ସ୍ଥାନରେ ଅତର୍କିତ ଚଢ଼ାଉ କରାଯାଇ ବେପାରୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ।

Post a Comment

Previous Post Next Post