ଆର,ଉଦୟଗିରି(ମନୋଜ କୁମାର ପାଢୀ୧୧/୪/ ମୋହନା ଥାନା ହାଜତରୁ ଚମ୍ପଟ ମାରିଥିବା ଫେରାର ଅଭିଯୁକ୍ତଙ୍କୁ ୪ ବର୍ଷ ପରେ ମୋହନା ପୁଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ଆର,ଉଦୟଗିରି ଥାନା ଏନ୍ ଝାଲରସିଂ ଗ୍ରାମର ସନାତନ କରାଡ (33) ଗତ ୨୦୨୦ ମସିହାରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ପୁଲିସ ୨ ଜଣ ଅଭିଯୁକ୍ତ ଗିରଫ କରିଥିଲେ । ମୁଖ୍ୟ ଅଭିଯୁକ୍ତ ସନାତନ ଥାନା ହାଜତରୁ ବିଳମ୍ବିତ ରାତିରେ ପାଚେରି ଡେଇଁ ଚମ୍ପଟ ମାରିଥିଲେ । ଏହି ଘଟଣାରେ ଦୁଇ କନଷ୍ଟେବଳ ଓ ଦୁଇ ଗୃହରକ୍ଷୀଙ୍କୁ ନିଲମ୍ବିନ କରିଥିଲେ ଗଜପତି ଏସପି । ଘଟଣାର ୪ ବର୍ଷ ପରେ ଆଜି ଅଭିଯୁକ୍ତ ସନାତନଙ୍କୁ ଅଡବା ଥାନା ବିଚିପଙ୍କା ଗାଁରୁ ଗିରଫ କରି କୋର୍ଟ ଚାଲାଣ କରାଯିବାର ପୁଲିସ ପ୍ରକାଶ ।


