ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ବେଲଗୁଣ୍ଠା ଠାରେ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ*


ବେଲଗୁଣ୍ଠା -୨୯/୦୭ (ପ୍ରଫୁଲ୍ଲ କୁମାର ମହାରଣା )ଭଞ୍ଜନଗର ସବଡ଼ିଭିଜନ ବେଲଗୁଣ୍ଠା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆଜି  ଆଷାଢ଼ ପୂର୍ଣ୍ଣମା ତିଥି ଅବସରରେ ମହର୍ଷି ବ୍ୟାସଦେବଙ୍କ ଜୟନ୍ତି ଉତ୍ସବ ପାଳନ ହୋଇଅଛି । ପରିଚାଳନା ସମିତିର ଉପଦେଷ୍ଟା ଶ୍ରୀ ରବୀନ୍ଦ୍ର ନାଥ ରଥ ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏଥିରେ ଆମ ଅଞ୍ଚଳର ବିଶିଷ୍ଟ RSS ସର ସଂଚାଳକ  ମୁଖ୍ୟ ଅତିଥିଭାବେ ଯୋଗଦାନ କରି ବ୍ୟାସଦେବଙ୍କ ଅତୁଳନୀୟ ଅବଦାନ ବିଷୟରେ ବାଣୀ ପ୍ରଦାନ କରିଥିଲେ । ଏବଂ ଗୁରୁ ଚିନ୍ତନ ସହ ଗୈରିକ ଧ୍ବଜର ଗୌରବାବହ ବାର୍ତ୍ତା ପ୍ରଦାନ କରିଥିଲେ ।  ବ୍ୟାସଦେବଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ କରିଥିଲେ । ବିଦ୍ୟାଳୟ ର ଗୁରୁଜୀ, ଗୁରୁମା ମାନେ ଧ୍ଵଜ ପ୍ରଣାମ କରିବା ସହ ସଙ୍ଗ ପ୍ରାର୍ଥନ କରିଥିଲେ। ଶିଶୁ ମାନଙ୍କ ଦ୍ୱାରା ସଂଗୀତ ପରିବେଷଣ ମଧ୍ୟ ହୋଇଥିଲା।ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସନ୍ତୋଷ କୁମାର ବିଷୋୟୀ   ସ୍ୱାଗତ ଭାଷଣ ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସେବାବ୍ରତୀ, ମାଉସୀ ମାନେ ଓ ଶିଶୁ ମାନଙ୍କ ଅକୁଣ୍ଠ ସହଯୋଗରେ କାର୍ଯ୍ୟକ୍ରମଟି ସାକାର ହୋଇଥିଲା l ଅନୁଷ୍ଠାନର ବରେଣ୍ୟା ଆଚାର୍ଯ୍ୟା ଶ୍ରୀମତୀ ଗୀତାଞ୍ଜଳି ଉଦ ଗାତା ମଞ୍ଚ ପରିଚାଳନା କରିଥିବା ବେଳେ  ରାଜୀବ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ।  କାର୍ଯ୍ୟକ୍ରମ ଶେଷରେ ପ୍ରଧାନଆଚାର୍ଯ୍ୟ ଙ୍କ ଦ୍ୱାରା ଧ୍ୱଜାବତରଣ କରାଯାଇଥିଲା

Post a Comment

Previous Post Next Post