ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ରମ୍ଭା ଠାରେ ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

 


ରମ୍ଭା-୨୮/୦୭(ପ୍ରଫୁଲ୍ଲ କୁମାର ମହାରଣା)  ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର , ରମ୍ଭା   ପରିସରରେ ବୃକ୍ଷରୋପଣ ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ଜନସଂଖ୍ୟା ଯେପରି ଦୃତ ଗତିରେ ବଢୁଛି ପରିବେଶ ମଧ୍ୟ କଳୁଷିତ ହେବାରେ ଲାଗିଛି ଏଣୁ ଅଧୁନା ଏହି ପରିବେଶ ସୁରକ୍ଷା ନିହାତି ଆବଶ୍ୟକ। ପରିବେଶ କୁ ସୁରକ୍ଷା ପାଇଁ ବୃକ୍ଷ ର ଆବଶ୍ୟକତା ଅତି ଗୁରୁତ୍ୱ ପୂର୍ଣ୍ଣ ଅଟେ। ଏଣୁ ଅନୁଷ୍ଠାନର ସଭାପତି ଶ୍ରୀ ନରସିଂହ ସୁବୁଦ୍ଧି, ସଂପାଦକ ଶ୍ରୀ ପ୍ରସନ୍ନ କୁମାର ମିଶ୍ର ତଥା ସମସ୍ତ ପରିଚାଳନା ସମିତି ସଦସ୍ୟ ଓ ଉପଦେଷ୍ଟା ମଣ୍ଡଳୀ ସମେତ ଆମ ଅଞ୍ଚଳର ବରିଷ୍ଠ ନାଗରିକ ତଥା ବୁଦ୍ଧିଜୀବୀ ଏବଂ ଅନୁଷ୍ଠାନର ସମସ୍ତ ସେବାବ୍ରତୀ ଏବଂ ଶିଶୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ଚରିତାର୍ଥ କରିବା ସହ ବୃକ୍ଷରୋପଣ କରିଛନ୍ତି I ବୃକ୍ଷ ରହିଲେ ଜୀବଜଗତ ରହିବ - ଏହି ସଂକ୍ରାନ୍ତରେ ବୁଦ୍ଧିଜୀବୀ ଶ୍ରୀ ବିଜୟକୁମାର ବିଶ୍ୱାଳ ଏବଂ ସଭାପତି ଓ ସଂପାଦକ ବାର୍ତ୍ତା ଦେଇଥିବା ବେଳେ ଏହାର ଉପାଦେୟତା ସଂପର୍କରେ ଏବଂ ଦାୟିତ୍ଵ ଦିଗରେ ଆମର  କର୍ତ୍ତବ୍ୟ ସଂପର୍କରେ ଅନୁଷ୍ଠାନର ପ୍ରଧାନାଚାର୍ଯ୍ୟ ଶ୍ରୀ ଆଦିତ୍ୟ ପ୍ରସାଦ ମହାପାତ୍ର ଆଲୋକପାତ କରିଥିଲେ । ଶେଷରେ" ମା ପାଇଁ ଗଛଟିଏ " ଲଗାଇବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ ।

Post a Comment

Previous Post Next Post