କୋଟିଏ ଟଙ୍କାରୁ ଉର୍ଦ୍ଧ ପରିମାଣର ଗଞ୍ଜେଇ ଜବତ। ଆନ୍ତରାଜ୍ଯ ଚାଲାଣକାରୀ ଗିରଫ।

 


କନ୍ଧମାଳ :୦୩/୦୬/୨୦୨୬                   (କନ୍ଧମାଳ ଜିଲ୍ଲା ପ୍ରତିନିଧି ମୃତ୍ୟୁଞ୍ଜୟ ଦିଗାଲ ଙ୍କ ରିପୋର୍ଟ)।                  କନ୍ଧମାଳ ପୋଲିସକୁ ମିଳିଛି ସଫଳତା l ଏସପି ରାମେନ୍ଦ୍ର ପ୍ରସାଦଙ୍କ ନିର୍ଦେଶ କ୍ରମେ ଗୋଛାପଡ଼ା ଥାନା ଅଧିକାରୀଙ୍କ ନେତୃତ୍ୱରେ ଲୁଇସିଂ ଠାରେ ପୋଲିସ ଟିମ ଚଢାଉ କରି ଗୋଟିଏ ଟାଟା ୧୪ ଚକିଆ ଟ୍ରକ ରୁ ୧୪୭୦ କିଲୋ ୮୦୦ ଗ୍ରାମ ଗଞ୍ଜେଇ ସହ ଜଣେ ଅନ୍ତରାଜ୍ଯ ଚୋରାଚାଲାଣ କାରିଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଗିରଫ ଅଭିଯୁକୁ ହେଲେ ଯୋଗେଶ ମୀନା, ପିତା-ସ୍ଵର୍ଗତ ବିଷ୍ଣୁପ୍ରସାଦ ମୀନା, ଗ୍ରାମ ଆଖବରପୁର, ଥାନା ବାରୋଠା, ଜିଲ୍ଲା ଦେଵାସ, ମଧ୍ୟପ୍ରଦେଶର ବାସିନ୍ଦା। ପୁଲିସ ଅଭିଯୁକ୍ତଙ୍କ ନିକଟରୁ ମୋଟ ୪୯ଟି ବସ୍ଥାରେ ଭର୍ତ୍ତିଗଞ୍ଜେଇ ଜବତ କରିଛି। ପ୍ରତ୍ୟେକ ବସ୍ଥାରେ ୩୦ କେଜି ଲେଖାଏଁ ଗଞ୍ଜେଇ ଥ‌ିବାବେଳେ ମୋଟ ଜବତ ଗଞ୍ଜେଇର ପରିମାଣ ୧୪୭୦ କେଜି ହୋଇଛି। ବସ୍ତା ସହିତ ମୋଟ ଓଜନ ୧୪୭୯ କେଜି ୮୦୦ ଗ୍ରାମ ରହିଛି। ଏହାଛଡ଼ା ଗଞ୍ଜେଇ ପରିବହନରେ ବ୍ୟବହୃତ ଏକ ଟାଟା ୧୪ ଚକିଆ ଟ୍ରକ ଏବଂ ଗୋଟିଏ ଓପୋ ମୋବାଇଲ ଫୋନ୍ ମଧ୍ଯ ଜବତ କରାଯାଇଛି। ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବାବେଳେ ଗଞ୍ଜେଇ ଚୋରାଚାଲାଣ ନେଟୱାର୍କ ସମ୍ପର୍କରେ ଖୋଳତାଡ଼ ଚାଲିଛି। ଅନ୍ୟପଟେ ଜିଲ୍ଲାର ଅନ୍ୟାନ୍ୟ ଥାନା ଅଞ୍ଚଳରେ ଚଢାଉ କରାଯାଇ ୪ ଟି ଚାରିଚକିଆ ଯାନ ସହ ୪ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଘଟଣାରେ ସମ୍ପୃକ୍ତ ୪ ଜଣ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ବିହାର ର ରଜନୀଶ କୁମାର ସିଂହ, ଅନୁଗୁଳ ର ସୁଜିତ୍ ଦେହୁରୀ, ଏବଂ ସ୍ଥାନୀୟ ଅଂଚଳର ବାପିନା କହଁର ଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ସମୁଦାୟ ୧୮୦୦ କିଲୋ ଗଞ୍ଜେଇ ଜବତ ହୋଇଛି ଯାହାର ଆନୁମାନିକ ବଜାର ମୂଲ୍ୟ ୧ କୋଟି ୮ ଲକ୍ଷ ହେବ ବୋଲି ଏସପି ରମେନ୍ଦ୍ର ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Post a Comment

Previous Post Next Post